www.samajalive.in
Sunday, December 14, 2025
23.1 C
Bhubaneswar

୧୪୦୩ କିଲୋ ଭାଙ୍ଗ, ଗାଡି ଜବତ, ଜଣେ ଗିରଫ

ମୋହନା: ଗଜପତି ଜିଲ୍ଲା ଏସପି ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ନେତୃତ୍ଵରେ ଏଏସଆଇ ପୀତବାସ ଶତପଥୀ ଓ ତାଙ୍କ ଟିମ କମଳାପୁର ଚେକ ଗେଟ ନିକଟରେ ଗାଡି ଯାଞ୍ଚ କରୁଥିବା ବେଳେ ଏକ ମିନି ଟ୍ରକକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିବା ବେଳେ ଗାଡିରୁ ଭାଙ୍ଗ ଜବତ କରିଥିଲେ। ମୋଟ ଭାଙ୍ଗ ୧୪୦୩ କିଲୋ ୨୦୦ ଗ୍ରାମ ହୋଇଥିଲା। ଏଥିରେ ସମ୍ପୃକ୍ତ ଥିବା ଜଣକୁ ଗିରଫ କରାଯାଇଛି ସେ ହେଲେ ଆସିକା ଥାନା ଅଞ୍ଚଳର ଶମ୍ଭୁ ସାହୁ । ସେ ଉକ୍ତ ଭାଙ୍ଗ ଅନ୍ତରବା ଅଞ୍ଚଳରୁ ସଂଗ୍ରହ କରି ପୁରୀକୁ ଚାଲାଣ କରାଯାଇ ଥାଆନ୍ତା ବୋଲି କହିଥିଲେ। ଏହି ଭାଙ୍ଗର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀ ଶ୍ରୀ ନାୟକ କହିଛନ୍ତି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories