ଆମେରିକାର ଅନେକ ସୈନ୍ୟ ଆହତ କିମ୍ବା ମୃତ୍ୟୁ ହୋଇଥିବା ଅସମର୍ଥିତ ସୂତ୍ରରୁ ସୂଚନା
ତାଲିବାନ ଅଧୀନକୁ ଆଫଗାନିସ୍ତାନ ଶାସନ ଭାର ଯିବା ପରେ ଆଜି ସନ୍ଧ୍ୟା ୭ଟାରେ କାବୁଲ ବିମାନବନ୍ଦର ନିକଟସ୍ଥ ୨ଟି ସ୍ଥାନରେ ଶକ୍ତିଶାଳୀ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ବିମାନବନ୍ଦରର ଆବେ ଗେଟ ନିକଟରେ ପ୍ରଥମ ବିସ୍ଫୋରଣ ହୋଇଥିବା ବେଳେ ନିକଟସ୍ଥ ହୋଟେଲ ନିକଟରେ ଦ୍ଵିତୀୟ ବିସ୍ଫୋରଣ ଘଟିଛି। ସେହି ହୋଟେଲରେ ଆମେରିକା ଓ ନଟୋ ସେନା ରହୁଥିବା ପ୍ରାଥମିକ ସୂଚନା ମିଳିଛି।
ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଛୋଟ ପିଲା ରହିଥିବା ସୂଚନା ମିଳିଛି। ତେବେ ଘଟଣାସ୍ଥଳରେ ଅନେକ ଆହତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ପାଇଁ ଚିତ୍କାର କରୁଥିବା ବେଳେ ଏ ପର୍ଯ୍ୟନ୍ତ ସେଠାରେ କୌଣସି ଉଦ୍ଧାରକାରୀ ଦଳ ପହଂଚି ନଥିବା ସୂଚନା ମିଳିଛି। ଅନ୍ୟ ପକ୍ଷରେ ବିମାନବନ୍ଦର ବାହାରେ ହଜାର ହଜାର ସଂଖ୍ୟାରେ ଆଫଗାନ ଓ ଅନ୍ୟାନ୍ୟ ଦେଶର ଲୋକେ ଅପେକ୍ଷା କରିଥିଲେ ତେଣୁ ଏକ ଅସମର୍ଥିତ ସୂତ୍ର ଅନୁଯାୟୀ ମୃତ୍ୟୁ ସଂଖ୍ୟା ୨ ଶହରୁ ଅଧିକ ହେବା ସମ୍ଭାବନା ରହିଛି।



