www.samajalive.in
Saturday, December 6, 2025
16.1 C
Bhubaneswar

ବିଜେପି ମହିଳାକର୍ମୀଙ୍କ ଜନସଚେତନତା ପଦଯାତ୍ରା

ମୋହନା : ଗଜପତି ଜିଲା ସଦର ମୋହନା ବିଜେପିର ମହିଳା କର୍ମୀଙ୍କ ଜନସଚେତନତା ପଦଯାତ୍ରା ହୋଇଛି। ଏହି ପଦଯାତ୍ରାରେ ବହୁ ସଂଖ୍ୟାରେ ମହିଳା କର୍ମୀ ଯୋଗ ଦେଇ ମୋଦି ସରକାରଙ୍କ ଜନହିତକର କାର୍ଯ୍ୟଗୁଡିକୁ ଲୋକମାନଙ୍କୁ କହିଥିଲେ। ମହିଳାକର୍ମୀ ଶୁକ୍ରବାର ମୋହନା ପାତ୍ର ସାହି, ମାଣିକେଶ୍ୱରୀ ସାହି, ତେଲି ସାହି, ଜଗନ୍ନାଥ ମନ୍ଦିର ସାହି, ନାରାୟାଣ ନଗର, ଦଳିତ ସାହିକୁ ପଦଯାତ୍ରା କରି ପ୍ରତ୍ୟେକ ପରିବାରଙ୍କ ଘର ଘର ବୁଲି ମୋଦି ସରକାରଙ୍କ ସୁକନ୍ୟା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆୟୁସ୍ମାନ ଯୋଜନା, ସ୍ୱଚ୍ଛା ଭାରତ ଅଭିଯାନ, ଉଜ୍ଜଳା ଯୋଜନା, ସୌଭାଗ୍ୟ ଯୋଜନା, ବେଟୀ ବଂଚାଅ ବେଟୀ ପଢାଓ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆଦି ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନତା କରାଇ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ବୁଝାଇଥିଲେ। କେନ୍ଦ୍ର ସରକାର ଏହି ଯୋଜନା ଗୁଡିକୁ ଲାଗୁ କରିଥିବା ବେଳେ ରାଜ୍ୟ ସରକାର ଉକ୍ତ ଯୋଜନା ଗୁଡିକରୁ ସାଧାରଣ ଲୋକଙ୍କୁ ହତାଧର କରି ଫାଇଦା ନେବାରେ ବାଧକ ସାଜୁଥିବା ମୋହନା ମଣ୍ଡଳ ବିଜେପି ସଭାପତି ଜିତେନ୍ଦ୍ର କୁମାର ବେହେରା କହିଥିଲେ। ଏହାସହ ୨୪ରେ ପ୍ରଧାନମନ୍ତ୍ରୀ ଓଡିଶା ଗ୍ରସ୍ତରେ ଆସୁଥିବାରୁ ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ବହୁ ସଂଖ୍ୟାରେ ଖୋର୍ଦ୍ଧା ଯିବା ପାଇଁ କହିଥିଲେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories