www.samajalive.in
Sunday, December 7, 2025
26.1 C
Bhubaneswar

ବକେୟା ଅର୍ଥ ପୈଠ ନ କରିବା ଯୋଗୁଁ  ମାର୍କେଟ କମ୍ପ୍ଲେକ୍ସ୍ ଦୋକାନକୁ ସିଲ କଲା ପ୍ରଶାସନ

ମୋହନା : ଦୀର୍ଘ ବର୍ଷ ହେବ ମାର୍କେଟ କମ୍ପ୍ଲେକ୍ସ ବକେୟା ଭଡ଼ା ପଇଠ ନ କରିବା ଯୋଗୁଁ  ତିନୋଟି ଦୋକାନ କୁ ସିଲ କରିଛି ପ୍ରଶାସନ । ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଚନ୍ଦ୍ରଗିରି ପଞ୍ଚାୟତର ୩ ଗୋଟି ମାର୍କେଟ କମ୍ପ୍ଲେକ୍ସକୁ ଭଡାଶୁତ୍ରରେ ରଖି ଆସୁଥିବା ତିନି ବ୍ୟବସାୟୀ- ଅଚ୍ୟୁତାନନ୍ଦ ପ୍ରଧାନୀ,ସୁମନ୍ତ ନାୟକ ଓ ଅମୀୟ କୁମାର ଜେନା ଦୀର୍ଘ ବର୍ଷ ଧରି କବଜା କରି ରହି ଆସୁଥିଲେ । ହେଲେ ପଞ୍ଚାୟତକୁ କାମ୍ପ୍ଲେକ୍ସର ନିର୍ଦ୍ଧାରିତ ଭଡା ଦେଉନଥିଲେ । ଯାହା ଫଳରେ ପଞ୍ଚାୟତ ପକ୍ଷରୁ ବ୍ୟବସାୟୀମାନଙ୍କୁ ବକେୟା ଥିବା ହଜାର ହଜାର ଟଙ୍କାକୁ ପଇଠ କରିବା ବାରମ୍ବାର ନୋଟିସ ଦିଆଯାଇଥିଲା । ହେଲେ ବକେୟା ରଖିଥିବା ବ୍ୟବସାୟୀମାନେ ଟଙ୍କା ଟିଏ ପୈଠ ନ କରିବାରୁ ବାଧ୍ୟ ହୋଇ ଆଜି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ତହସିଲଦାର ସାରଦା ପ୍ରଶନ ପଣ୍ଡା , ଥାନା ଅଧିକାରୀ ସୂଜୀତ ନାୟକ , ଜିପିଇଓ ନରସିଂହ ମାଡାଙ୍ଗି ଓ ସ୍ଥାନୀୟ ସରପଞ୍ଚ ନର୍ମଦା ଦଳାଇଙ୍କ ଉପସ୍ଥିତିରେ ଦୋକାନ ଗୁଡିକୁ ସିଲ କରାଯାଇଛି । ଶୃଙ୍ଖଳା କୁ ଦୃଷ୍ଟିରେ ରଖି ଏକ ପ୍ଳାଟନ ପୁଲିସ ଫୋର୍ସ ମୁତୟନ ରହିଥିଲେ । ଏଥିସହ କିଛି ଅସାଧୁ ବ୍ୟବସାୟୀମାନେ ଜବରଦଖଲ କରିଥିବା ମାର୍କେଟ କମ୍ପ୍ଲେକ୍ସ ଜମିକୁ ମଧ୍ୟ ଖୁବ ଶୀଘ୍ର ଉଚ୍ଛେଦ କରାଯିବ ବୋଲି ତହସିଲଦାର କହିଛନ୍ତି ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories