www.samajalive.in
Saturday, December 13, 2025
27.1 C
Bhubaneswar

ଖବର ପ୍ରକାଶନ ପରେ ପ୍ରଶାସନର ତତ୍ପରତା, ଖନନ ହେଲା ୩ଟି ନଳକୂପ

ମୋହନା: ଖବର ପ୍ରକାଶନ ପରେ ଦୁର୍ଗମ ଗାଁରେ ଖନନ ହେଲା ୩ଟି ନଳକୂପ । ଗୋବିନ୍ଦପୁର ପଞ୍ଚାୟତ ଟାଙ୍ଗିଲିପଦର ଗାଁରେ ୩ଟି ନଳକୂପ ଖୋଳାଯାଇଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ । ପଞ୍ଚାୟତ ନିର୍ବାଚନ ଆସିଲେ ନେତା ମାନେ ଭୋଟ୍‍ ପାଇଁ ଗାଁ ଗାଁ ବୁଲନ୍ତି ହେଲେ ଗାଁରେ ସମସ୍ୟାର ସମାଧାନ କରୁନଥିବା ଲୋକମାନେ ଅଭିଯୋଗ କରିଛନ୍ତି । ମୌଳିକ ସୁବିଧା ପୂରଣ ନହେବାରୁ ଗତ ୨୦୧୭ ଫେବୃଆରୀ ୨୧ର ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିଥିଲେ ଗ୍ରାମବାସୀ । ଗ୍ରାମର ଲୋକମାନେ ନିକଟସ୍ଥ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବାହାରେ ବିକ୍ରି କରି ଓ କୁଲି ମଜୁରୀ ଖଟି ପରିବାର ପ୍ରତିପୋଷଣ କରିଥାନ୍ତି । ବ୍ଳକ ଠାରୁ ୧୩ କିମି ଦୂରରେ ରହିଛି ଟାଙ୍ଗିଲିପଦର ଗ୍ରାମ। ଗାଁ ରାସ୍ତାର ଅବସ୍ଥା ଶୋଚନୀୟ ରହିଥିବା ବେଳେ, ଗାଁର ଲୋକମାନେ ନାହିଁନଥିବାର ହଇରାଣ ହେଉଛନ୍ତି ।

ଗାଁରୁ କୌଣସି ଗର୍ଭବତୀ ମହିଳା କିମ୍ଵା ଗୁରୁତର ରୋଗୀଙ୍କୁ ଡାକ୍ତରଖାନାକୁ ନେବାକୁ ଅସୁବିଧା ହେଉଛି । ଗାଁଠାରୁ ୧ କିମି ଦୂରରେ ବିଲରେ ରହିଛି ଏକ ପରିତ୍ୟକ୍ତ କୂଅ । କୂଅର ଦୂଷିତ ଗୋଳିଆ ଜଳକୁ ଲୋକେ ବାଧ୍ୟ ହୋଇ ବ୍ୟବହାର କରନ୍ତି । ଏହି ଜଳ ପିଇ ଲୋକେ ବିଭିନ୍ନ ସମୟରେ ପେଟ ରୋଗରେ ଆକ୍ରାନ୍ତ ହେଉଥିବା ନଜିର ମଧ୍ୟ ରହିଛି। ଏହି ଖବର କିଛି ଦିନ ତଳେ ପ୍ରକାଶନ ହେବାପରେ ଜଳ ବିଭାଗ ଯନ୍ତ୍ରୀ ଯାଇ ପରିସ୍ଥିତି ଅନୁଧ୍ୟାନ କରି ଫେରିବା ପରେ ସୋମବାର ଦିନ କନିଷ୍ଠ ଯନ୍ତ୍ରୀ ପଦ୍ମନାଭ ଖଣ୍ଡାଇ ଓ କର୍ମଚାରୀ ଅଶ୍ଵିନୀ କୁମାର ଡାକୁଆ ଏକ ଟ୍ରାକ୍ଟରରେ ଖଞ୍ଜାଯାଇଥିବା ବୋରୱେଲ ଗାତି ନେଇ ଟାଙ୍ଗିଲିପଦର ଗ୍ରାମରେ ୩ଟି ନଳକୂପ ଖୋଳିଥିଲେ ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories