www.samajalive.in
Thursday, December 11, 2025
18.1 C
Bhubaneswar

ଆଠଗଡ଼ ଡାକ୍ତରଖାନାରେ ୧୫-୧୮ବର୍ଷ କିଶୋରଙ୍କୁ ଟୀକାକରଣ

ଆଠଗଡ: ଆଠଗଡ ଡାକ୍ତରଖାନାରେ ଗତ ୨ଦିନ ମଧ୍ୟରେ ୩୭୦ଜଣ ୧୫-୧୮ବର୍ଷ ବୟସ୍କ କିଶୋର/କିଶୋରୀଙ୍କୁ ପ୍ରଥମ ମାତ୍ରା କରୋନା ଟୀକା ଦିଆଯାଇଛି। କେନ୍ଦ୍ର ସରକାର ୩ତାରିଖରୁ କିଶୋରଙ୍କୁ ଏହି ଟୀକା ଦେବା ଘୋଷଣା କରିବା ପରେ ସୋମବାର ଅନଲାଇନ ଓ ଅଫଲାଇନରେ ନାମ ପଞ୍ଜୀକରଣ କରିଥିବା ୧୮୯ଜଣ କିଶୋର/କିଶୋରୀଙ୍କୁ ଏବଂ ମଙ୍ଗଳବାର ୧୮୧ଜଣଙ୍କୁ ପ୍ରଥମ ମାତ୍ରା କୋଭାକ୍ସିନ ଟୀକା ଦିଆଯାଇଥିଲା।

 

- Advertisement -

ଆଠଗଡ ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର ଏହି ଟୀକା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମଙ୍ଗଳବାର ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଠଗଡ ଡାକ୍ତରଖାନାର ଟୀକା କେନ୍ଦ୍ରକୁ ଯାଇ କିଶୋର/କିଶୋରୀଙ୍କୁ ପ୍ରଥମ ପାନ ଟୀକା କାର୍ଯ୍ୟକ୍ରମର ଅନୁଧ୍ୟାନ କରିବା ସହ ଟୀକାଗ୍ରହିତାଙ୍କୁ ଉତ୍ସାହିତ କରିଥିଲେ। ଡାକ୍ତରକାନା ପରିଚାଳକ ପୂଜାଲିନ ରାଉତ ମିଶ୍ରଙ୍କ ସମେତ ଅନ୍ୟ କର୍ମଚାରୀ ଏହି ଟୀକା କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories