www.samajalive.in
Wednesday, December 10, 2025
16.1 C
Bhubaneswar

ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର 

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତ ଅଧିନ ରାଉତରାପୁର କାଜୁ ଜଙ୍ଗଲ ମଧ୍ୟରେ ଅନୁଗୁଳ ସହରର ଏକ ଦମ୍ପତି ଆତ୍ମହତ୍ୟ ଉଦ୍ୟମ ଏବଂ ଏଥିରେ ସ୍ତ୍ରୀ ମୃତ୍ୟୁବରଣ କରିଥିବାବେଲେ ସ୍ୱାମୀ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି। ଘଟଣାର ବିବରଣୀରୁ ପ୍ରକାଶ ଅନୁଗୁଳ ସହରାଞ୍ଚଳର ୧୬ନଂ ୱାର୍ଡ ଅନ୍ତର୍ଗତ ଗୀତାଗ୍ରାମରେ ରହୁଥିବା ଦେବେନ୍ଦ୍ର ନାଥ ଦାସ(୫୮) ଓ ତାଙ୍କ ପତ୍ନୀ ପଦ୍ମାବତୀ ଦାସ(୪୮) ଗତ ୧ତାରିଖ ନୂଆବର୍ଷ ଦିନଠାରୁ ଘରୁ କେଉଁଆଡେ ପଳାଇ ଯାଇଥିଲେ। ପରିବାର ଲୋକ ବହୁ ଖୋଜାଖୋଜି ପରେ ତାଙ୍କୁ ନ ପାଇବାରୁ ଅନୁଗୁଳ ସଦର ଥାନାରେ ତାଙ୍କ ପୁଅ ସେମାନେ ନିଖୋଜ ହୋଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ମଙ୍ଗଳବାର ରାଉତରାପୁର କାଜୁ ଜଙ୍ଗଲରେ ଭୋଜି କରିବାକୁ ଯାଇଥିବା ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଉଭୟ ପତିପତ୍ନୀ ସେଠାରେ ପଡି ରହିଥିବା ଏବଂ ପାଖରେ ଏକ ହୋଣ୍ଡା ୟୁନିକର୍ଣ୍ଣ ବାଇକ (ଓଡି୧୯ଏମ୯୬୦୧) ସେଠାରେ ଥୁଆ ହୋଇଥିବା ଦେଖି ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ସେଠାରେ ବହୁ ପରିମାଣର ନିଦବଟିକା ଓ ଅନ୍ୟ ଔଷଧ ପଡିଥିବାରୁ ସେମାନେ ସେହି ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଇଥିଲା।

 

- Advertisement -

ଆଇଆଇସି ବାମଦେବ ସ୍ୱାଇଁ ଅନ୍ୟ ପୁଲିସ ଅଧିକାରୀଙ୍କ ସହ ସେଠାରେ ପହଞ୍ଚି ସେଠାରେ ଭୋଜି କରିବାକୁ ଯାଇଥିବା ସ୍ଥାନୀୟ ଅଞ୍ଚଳର ଅରୁଣ ସେଠୀ, ଦୀପ୍ତିରଞ୍ଜନ ମଲ୍ଲିକ, ମିଲୁ ରାଉତ ଓ ଦୀପକ ରାଉତଙ୍କ ସହାୟତାରେ ମୁମୁର୍ଷୁ ଅବସ୍ଥାରେ ପଡିଥିବା ଦମ୍ପତିଙ୍କୁ ଉଦ୍ଧାର କରି ଆଠଗଡ ଡାକ୍ତରଖାନାକୁ ଆଣିଥିଲେ। ଆଠଗଡ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ପତ୍ନୀ ପଦ୍ମାବତୀଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ସଂକଟାପନ୍ନ ଅବସ୍ଥାରେ ଥିବା ଦେବେନ୍ଦ୍ରଙ୍କୁ ତୁରନ୍ତ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଖବର ପାଇ ତାଙ୍କର ସଂପର୍କୀୟ ଆଠଗଡ ଡାକ୍ତରଖାନାରେ ପହଞ୍ôଚବା ପରେ ସାମରିକ ବାହିନୀରୁ ଅବସର ଗ୍ରହଣ କରିଥିବା ଦେବେନ୍ଦ୍ର ନାଥ ଜଣେ ବ୍ୟକ୍ତିଙ୍କୁ ୧୫ଲକ୍ଷ ଟଙ୍କାରୁ ଉର୍ଦ୍ଧ ବ୍ୟବସାୟ ପାଇଁ ଦେଇ ଠକାମୀର ଶିକାର ହୋଇଥିବାରୁ ଏପରି ଚରମ ପଦକ୍ଷେପ ନେଇଥିବା ପ୍ରକାଶ କରିଥିଲେ। ପୁଲିସ ପଦ୍ମାବତୀଙ୍କ ମୃତ ଦେହକୁ ବ୍ୟବଚ୍ଛେଦ କରାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Hot this week

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

Related Articles

Popular Categories