www.samajalive.in
Friday, December 12, 2025
14.1 C
Bhubaneswar

ମୋହନାରେ ବ୍ଳକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର

ମୋହନା : ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ପରିସରରେ ଦୀନ୍‍ଦୟାଲ୍‍ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଆନୁକୁଲ୍ୟରେ ବ୍ଳକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥିଭାବେ ବ୍ଳକ ଅଧ୍ୟକ୍ଷା ଶୁଖୀ ଶବର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଂଶିଧର ଖୋସଲା ଯୋଗ ଦେଇଥିଲେ। ରାଜ୍ୟ ସ୍ତରୀୟ ମଭିଲାଇଜସନ ଓ ପରାମର୍ଶ ସଂଯୋଜକ ଜ୍ୟୋତିରଞ୍ଜନ ମହାପାତ୍ର, ସହକାରୀ ନିର୍ଦ୍ଧେଶକ ଅରମାସ କାର୍ତିକ ମହାପାତ୍ର, ବ୍ଲକ ଉପାଧ୍ୟକ୍ଷା ବାଲମିନା ଅଧିକାରୀ ଉପସ୍ଥିତ ଥିଲେ। ଏହି ପରାମର୍ଶ ଶୀବିରରେ ମୋଟ ୯୬୩ ଜଣ ଯୁବକ/ଯୁବତୀଙ୍କ ପଞ୍ଜିକରଣ କରାଯାଇଥିଲା ସେଥିମଧ୍ୟରୁ ୫୬୨ ଜଣଙ୍କୁ ମନୋନିତ କରାଯାଇଥିବା ଜଣାପଡିଛି। ଏହି ଶିବିରକୁ ମୋହନା ପଞ୍ଚାୟତ ସମିତି ଦ୍ୱାରା ଆୟୋଜନ କରାଯାଇଥିବା ବେଳେ ଗ୍ରାମାଞ୍ଚଳର ଗରିବ ବେରୋଜଗାର ଯୁବକ/ଯୁବତୀମାନଙ୍କ ଦକ୍ଷତା ବିକାଶ ତାଲିମ ଦ୍ୱାରା ଅଧିକ ରୋଜଗାର କରାଇବା ପାଇଁ ଏହା ଏକ ଅଭିନବ ଯୋଜନା ବୋଲି ବିଡିଓ ଶ୍ରୀ ଖୋସଲା ଉପସ୍ଥିତ ଯୁବକ/ଯୁବତୀ ଓ ଅଭିଭାବକମାନଙ୍କୁ ଏହାର ଫାଇଦା ନେବା ପାଇଁ କହିଥିଲେ। ଏହି କାର୍ଯ୍ୟକ୍ରମକୁ ଓଏଲଏମ ମୋହନାର ପ୍ରକଳ୍ପ ପରିଚାଳକ ତିରୁପତି ରାଓ, ଦେବସ୍ମିତା ଲେଙ୍କା, ଅରୁଣ ପାତ୍ର, କାର୍ତିକ ନାୟକ ପରିଚାଳନା କରିଥିଲେ।

Hot this week

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

Related Articles

Popular Categories