www.samajalive.in
Thursday, December 11, 2025
26.1 C
Bhubaneswar

ମନ୍ଦିର ଖାଦ୍ୟ ଖାଇ ୧୨ ମୃତ, ୮୦ ଅସୁସ୍ଥ

ମହୀଶୂର: ମନ୍ଦିରରେ ରନ୍ଧା ଯାଇଥିବା ଖାଦ୍ୟ ଖାଇ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୦ ଜଣ ଅସୁସ୍ଥ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୧୫ ବର୍ଷର କନ୍ୟା ଥିବା ଜଣାପଡ଼ିଛି। ଘଟଣା ଘଟିଛି କର୍ଣ୍ଣାଟକର ହାନୁର ଅଞ୍ଚଳରେ।
ସେଠାକାର ସୁଲଭାଡି କିଛୁଗୁଟ୍ଟି ମାରାମ୍ମା ମନ୍ଦିରରେ ଏକ ସମାରୋହ ପାଇଁ ଭୋଜିର ଆୟୋଜନ କରାଯାଇଥିଲା। ଖାଇବା ସାରିବା ପରେ ଲୋକମାନଙ୍କ ଉଦର ଯନ୍ତ୍ରଣା ସହିତ ବାନ୍ତି ହୋଇଥିଲା। ସେମାନଙ୍କୁ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ପ୍ରସାଦରେ କୌଣସି ବିଷାକ୍ତ ପଦାର୍ଥ ମିଶିଯାଇଥାଇପାରେ ବୋଲି ଖାଦ୍ୟ ନିରୀକ୍ଷକ କହିଛନ୍ତି। ଖାଦ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଲାବ୍‍କୁ ପଠାଯାଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖାଯାଇଛି।
ଅସୁସ୍ଥ ଥିବା ଭକ୍ତଙ୍କ ସୂଚନା ଅନୁଯାୟୀ ପ୍ରସାଦରୁ କିରାସିନି ଗନ୍ଧ ଆସୁଥିଲା। ତଥାପି ତାହାକୁ ଅଣଦେଖା କରି ସେମାନେ ଖାଦ୍ୟ ଖାଇଥିଲେ। ଏହି ଘଟଣାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‍ ଡି କୁମାରସ୍ୱାମୀ ଦୁଃଖପ୍ରକାଶ କରିବା ସହିତ ଆହତଙ୍କ ଚିକିତ୍ସାରେ ଯେପରି ହେଳା ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାର ବର୍ଗକୁ ୫ ଲକ୍ଷ ଟଙ୍କା ଲେଖାଏଁ ସମବେଦନା ରାଶି ପ୍ରଦାନ କରାଯାଇଛି।

Hot this week

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

Related Articles

Popular Categories