ସାଂସଦଙ୍କ ପ୍ରତିଶ୍ରୁତି: ଲାଗିଲା ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ବ୍ୟୟରେ ୩ଟି ହାଇମାକ୍ସ ଲାଇଟ
ମୋହନା: ଗଜପତି ଜିଲାରେ ତ୍ରି-ସ୍ତରୀୟ ଗ୍ରାମ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବ୍ରହ୍ମପୁର ସାଂସଦ ମୋହନା ବ୍ଲକର ଅଡବା, ମୋହନା ଏବଂ ଲୁହାଗୁଡି ଠାରେ ଉଚ୍ଚତମ ହାଇମାକ୍ସ ଲାଇଟ ଲଗାଯିବ ବୋଲି ଘୋଷଣା କରିଥିଲେ। ସାଂସଦଙ୍କ ଘୋଷଣା ପ୍ରକାରେ ନିଜ ହାତ ପାଣ୍ଠିରୁ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ବ୍ୟୟରେ ୩ଟି ହାଇମାକ୍ସ ଲାଇଟ ଲଗାଇ ତାହାକୁ ଆଜି ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।ଏହି ଉଦଘାଟନ ସମୟରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବରଙ୍କ ସମେତ ବହୁ ବିଜେଡିର ଜିଲ୍ଲା ଏବଂ ବ୍ଲକସ୍ତରୀୟ ନେତାଙ୍କ ଉପସ୍ଥିତିରେ ଉଦ୍ଘାଟନ ହୋଇଥିଲା।ଏହା ସହ ନିର୍ବାଚନ ମଣ୍ଡଳୀ ପର୍ୟ୍ୟବେକ୍ଷକ ଏମ. ଜଗଦୀଶ ରାଓ, ସାଂସଦ ପ୍ରତିନିଧି ଭାସ୍କର ସାହୁ, ଯୁବ ସଂଗଠକ ଫିରୋଜ ପଟ୍ଟନାୟକ, ହାଡ଼ିଆ କନ୍ଧ, ଝୁମୁରି ବୀରଙ୍କ ସମେତ ବହୁ ବିଜେଡି ନେତାଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।
Comments are closed.