ସାମ୍ବାଦିକଙ୍କୁ ଆକ୍ରମଣ କଲେ ଅଭିନେତା ମୋହନ ବାବୁ, ଭିଡିଓ ପ୍ରଘଟ
ସମାଜ ଡିଜିଟାଲ ଡେସ୍କ: ତେଲୁଗୁ ଅଭିନେତା ମୋହନ ବାବୁଙ୍କ ଜଲପଲ୍ଲୀସ୍ଥିତ ଘରେ ମଙ୍ଗଳବାର ପ୍ରବଳ ହଙ୍ଗାମା ହୋଇଛି। ଅଭିନେତାଙ୍କ ସାନପୁଅ ମନୋଜ ଘରେ ପ୍ରବେଶ କରିବାକୁ ଚେଷ୍ଟା କରିବାବେଳେ ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ ଅଭିନେତା ମୋହନ ବାବୁ ଜଣେ ଭିଡିଓ ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ମୋହନ ବାବୁଙ୍କ ପୁଅ ମନୋଜ ମାଞ୍ଚୁ ଯେତେବେଳେ ଘରେ ପ୍ରବେଶ କରିବାକୁ ଚେଷ୍ଟା କଲେ, ସେତେବେଳେ ସେଠାରେ ନିୟୋଜିତ ଘରୋଇ ସୁରକ୍ଷା କର୍ମୀମାନେ ତାଙ୍କୁ ବାହାରକୁ ଠେଲି ଦେଇଥିଲେ। ଭିଡିଓରେ ଏହା ମଧ୍ୟ ଦେଖିବାକୁ ମିଳିଛି ଯେ, ଘଟଣାକୁ କଭର କରୁଥିବା ଜଣେ ସାମ୍ବାଦିକଙ୍କ ବୁମ୍ ଛଡ଼ାଇ ସେଥିରେ ତାଙ୍କୁ ଆକ୍ରମଣ କରୁଛନ୍ତି ମୋହନ ବାବୁ। ସୂଚନା ମୁତାବକ, ଏଥିରେ ଭିଡିଓ ସାମ୍ବାଦିକ ଜଣକ ଆହତ ହୋଇଛନ୍ତି।
Veteran actor Mohan Babu Manchu beats up media journalists who are covering the family rift for the past couple of days!
He always spoke about disciple and good behavior! #MohanBabu #ManchuFamily #AttackOnMedia pic.twitter.com/bBiUHzCNlb
— Revathi (@revathitweets) December 10, 2024
ଏହାପୂର୍ବରୁ ସୋମବାର ମୋହନ ବାବୁ ତାଙ୍କ ପୁଅଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଥିଲେ ଯେ, ମନୋଜ ଏବଂ ତାଙ୍କ ପତ୍ନୀ ଭୟ ଏବଂ ଚାପ ମାଧ୍ୟମରେ ତାଙ୍କ ଜଲପଲ୍ଲୀସ୍ଥିତ ଘରକୁ କବ୍ଜା କରିବାକୁ ଷଡ଼ଯନ୍ତ୍ର ରଚିଥିଲେ। ତେବେ ମଙ୍ଗଳବାର ମନୋଜ ଗଣମାଧ୍ୟମକୁ କହିଛନ୍ତି ଯେ, ସେ ସମ୍ପତ୍ତିରୁ ଭାଗନେବା ପାଇଁ ନୁହେଁ ବରଂ ଆତ୍ମ ସମ୍ମାନ ପାଇଁ ଲଢୁଛନ୍ତି। ମନୋଜ ଏହା ମଧ୍ୟ କହିଛନ୍ତି ଯେ, ସେ ଏବଂ ତାଙ୍କ ପରିବାର ପୁଲିସର ସୁରକ୍ଷା ଚାହୁଁଛନ୍ତି ଏବଂ ଏହି ପ୍ରସଙ୍ଗରେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ମଧ୍ୟ ଭେଟିଛନ୍ତି। ପୂର୍ବରୁ ମୋହନ ବାବୁଙ୍କ ଅଭିଯୋଗ ଆଧାରରେ ପୁଲିସ ମନୋଜ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।
ଅପରପକ୍ଷେ ମନୋଜଙ୍କ ଅଭିଯୋଗ ଆଧାରରେ ମଧ୍ୟ ପୁଲିସ ଏକ ମାମଲା ରୁଜୁ କରିଛି। ଯେଉଁଥିରେ ସେ କହିଛନ୍ତି ଯେ, ଡିସେମ୍ବର ୮ରେ ତାଙ୍କ ଘରେ ୧୦ ଜଣ ଅଜ୍ଞାତ ବ୍ୟକ୍ତି ପ୍ରବେଶ କରିଥିଲେ। ମନୋଜଙ୍କ କହିବାନୁସାରେ, ଯେତେବେଳେ ସେ ଏହି ଲୋକମାନଙ୍କୁ ଦେଖିଲେ, ସେତେବେଳେ ସେମାନେ ଦୌଡ଼ିବାକୁ ଲାଗିଲେ ଏବଂ ଏହାପରେ ସେମାନଙ୍କ ସହିତ ଝଗଡ଼ା ହୋଇଥିଲା, ଯେଉଁଥିରେ ତାଙ୍କୁ ଆଘାତ ଲାଗିଥିଲା।
Comments are closed.