www.samajalive.in
Saturday, December 6, 2025
23.1 C
Bhubaneswar

ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କଲେ ମହମ୍ମଦ ଅମୀର

ନୂଆଦିଲ୍ଲୀ : ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଅମୀର ଶୁକ୍ରବାର ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ମହମ୍ମଦ ଅମୀର ନିଜ ଟେଷ୍ଟ କ୍ରିକେଟ ଜୀବନର ଆରମ୍ଭ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରୁ କରିଥିଲେ। ସେ ପାକିସ୍ତାନ ପକ୍ଷରୁ ୩୬ଟି ଟେଷ୍ଟ ମ୍ୟାଚ ଖେଳି ୧୧୯ଟି ୱିକେଟ ହାସଲ କରିଛନ୍ତି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ପକ୍ଷରୁ ଏନେଇ ଏକ ପ୍ରେସବିଜ୍ଞପ୍ତି ଜାରି କରାଯାଇଛି।
ଏହି ଅବସରରେ ଅମୀର କହିଛନ୍ତି ଯେ କ୍ରିକେଟର ସବୁଠୁ ବଡ଼ ଫର୍ମାଟରେ ପାକିସ୍ତାନ ପାଇଁ ପ୍ରତିନିଧିତ୍ୱ କରିବା ସମ୍ମାନର କଥା ଅଟେ। ସୀମିତ ଓଭର କ୍ରିକେଟର ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରିବା ପାଇଁ ମୁଁ ଏହି ନିଷ୍ପତ୍ତି ନେଇଛି। ଏହା ଏକ ସହଜ ନିଷ୍ପତ୍ତି ନଥିଲା। ଟେଷ୍ଟ ଚମ୍ପିଆନସିପ ଆରମ୍ଭ ହେବାକୁ ଯାଉଛି ଓ ପାକିସ୍ତାନ କ୍ରିକେଟ ଦଳରେ ଅନେକ ଭଲ ଦ୍ରୁତ ବୋଲର ଅଛନ୍ତି। ମୋର ଏହି ନିଷ୍ପତ୍ତି ଚୟନକର୍ତ୍ତାଙ୍କ ପାଇଁ ଯୋଜନା ପ୍ରସ୍ତୁତ କରିବାରେ ସହଜ ହେବ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories