ଶ୍ରୀନଗର: ଶ୍ରୀନଗରର ସମସ୍ତ ମସଜିଦ ଏବେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନଜରକୁ ଆସିଛି। ଏଥିପାଇଁ ସମସ୍ତ ମସଜିଦର ପରିଚାଳନା ମଣ୍ଡଳୀ ସମ୍ପର୍କରେ ସବିଶେଷ ରିପୋର୍ଟ ଦେବାକୁ ଶ୍ରୀନଗର ସିନିୟର ସୁପରିଣ୍ଟେଣ୍ଡେଣ୍ଟ ଅଫ ପୁଲିସ (ଏସଏସପି) ସମସ୍ତ ଜୋନକୁ ଚିଠି ଲେଖିଛନ୍ତି। ପ୍ରତ୍ୟେକ ଜୋନ ଅଧୀନରେ ଥିବା ମସଜିଦର ପରିଚାଳନା ମଣ୍ଡଳୀ ସମ୍ପର୍କରେ ତଥ୍ୟ ଦେବାକୁ ଏସପିମାନଙ୍କୁ ନିର୍ଦେଶ ଦିଆଯାଇଛି। ଜୁଲାଇ ୨୮ ତାରିଖରେ ଏସଏସପି ଲେଖିଥିବା ଚିଠିରେ ଜୁଲାଇ ୨୯ ସକାଳ ୧୦ ସୁଦ୍ଧା ରିପୋର୍ଟ କରିବାକୁ ନିର୍ଦେଶ ଦିଆଯାଇଛି। ତଥ୍ୟ ଦେବାଲାଗି ଏକ ଫର୍ମାଟ ଦିଆଯାଇଛି। ଫର୍ମାଟ ଆଧାରରେ ତଥ୍ୟ ଦେବାକୁ ପଡିବ। ଯେପରିକି ମସଜିଦର ନାମ, ମସଜିଦର ଅବସ୍ଥିତି, ମୌଲବୀଙ୍କ ନାମ ଓ ଠିକଣା ଏବଂ ଅଧ୍ୟକ୍ଷଙ୍କ ନାମ ଠିକଣା ଦେବାକୁ କୁହାଯାଇଛି।
Popular Categories



