www.samajalive.in
Saturday, December 13, 2025
27.1 C
Bhubaneswar

କରୋନା ପ୍ରସଙ୍ଗ: ମୋଦୀ -ନବୀନ ଆଲୋଚନା ୧୭ରେ

ନୂଆଦିଲ୍ଲୀ: କରୋନା ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା ୧୭ ତାରିଖରେ ଏଥିନିମନ୍ତେ ସମୟ ସ୍ଥିରୀକୃତ ହୋଇଛି । ୧୬ ଓ ୧୭ ତାରିଖରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଲୋଚନା କରିବେ । ୧୬ ତାରିଖରେ ଓ ୧୭ ତାରିଖରେ ୧୫ ଜଣ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦୀ କରୋନା ସଂକ୍ରମଣ, ଆରୋଗ୍ୟ ଓ ଏହାର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଚର୍ଚା କରିବେ ବୋଲି ସୂଚନା ମିଳିଛି ।

୧୬ ତାରିଖରେ ପଞ୍ଜାବ, ଆସାମ, କେରଳ, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ ଛତିଶଗଡ଼, ହିମାଚଳ ପ୍ରଦେଶ, ଗୋଆ, ମଣିପୁର, ନାଗାଲାଣ୍ଡ ଆଦି ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି । ସେହିପରି ୧୭ ତାରିଖରେ ଓଡ଼ିଶା, ମହାରାଷ୍ଟ୍ର, ତାମିଲନାଡ଼ୁ, ଦିଲ୍ଲୀ, ଗୁଜରାଟ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, କର୍ଣ୍ଣାଟକ ଓ ବିହାର ସହ ୧୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି ।

- Advertisement -

ଦେଶରେ ୨ ମାସରୁ ଅଧିକ ସମୟ ଧରି ଜାରି ରହିଥିବା ଏହି ଲକଡାଉନକୁ  ବର୍ତ୍ତମାନ କୋହଳ କରାଯାଉଛି । ଅନ୍ୟପଟେ କୋରୋନା ମାମଲାରେ ଦ୍ରୁତ ଗତିରେ ବୃଦ୍ଧି ଘଟୁଛି । ଏବେ ଦୈନିକ ଦେଶରେ ପ୍ରାୟ ୧୦ ହଜାର ନୂଆ ସଂକ୍ରମଣ ମାମଲା ଆସୁଛି । ଦେଶରେ ମୃତ୍ୟୁ ସଂଖ୍ୟା ୮ ହଜାର ଅତିକ୍ରମ କରିଛି । ସଂକ୍ରମଣ ସଂଖ୍ୟା ବି ୩ ଲକ୍ଷ ଛୁଇଁଲାଣି ।  ଏହି ପରିପ୍ରେକ୍ଷୀରେ ଦେଶରେ ପୁନର୍ବାର ଲକ୍ଡ଼ାଉନ ନେଇ ଚର୍ଚା ଆରମ୍ଭ ହୋଇଛି । ଆସନ୍ତା ୧୬ ଓ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟ ସହ ଆଲୋଚନା ପରେ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଆଧାରରେ ପରବର୍ତୀ କାର୍ଯ୍ୟକ୍ରମ କେନ୍ଦ୍ର ଗ୍ରହଣ କରିପାରେ ବୋଲି ଜଣାପଡ଼ିଛି ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories