www.samajalive.in
Thursday, December 11, 2025
18.1 C
Bhubaneswar

କୁଲଡିହା ଅଭୟାରଣ୍ୟରୁ ୪ ସଶସ୍ତ୍ର ଶିକାରୀ ଗିରଫ

ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟ ଭିତରେ ଚଢ଼ଉ କରାଯାଇ ସ୍ଥାନୀୟ ବନବିଭାଗ ୪ ଜଣ ସଶସ୍ତ୍ର ଶିକାରୀଙ୍କୁ ଗିରଫ କରିଛି।
ଆଗକୁ ରଜ ସଂକ୍ରାନ୍ତି ଆସୁଥିବା ଯୋଗୁ ବାଲେଶ୍ୱର ଡିଏଫଓ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦେଶକ୍ରମେ କୁଲଡିହା ରେଞ୍ଜର ବିଜୟ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ବନବିଭାଗ ପକ୍ଷରୁ ଜଙ୍ଗଲ ପାଦଦେଶ ଅଞ୍ଚଳ ଓ ଘଞ୍ଚ ଜଙ୍ଗଲରେ ପାଟ୍ରୋଲିଂ ଜାରି ରହିଛି। ଅଭୟାରଣ୍ୟର ବାଲିଆନାଳ ବିଟ୍‍ ଅଧୀନ ରିଷିଆ ଜଙ୍ଗଲରେ ପାଟ୍ରୋଲିଂ ଚାଲିଥିବା ସମୟରେ ଗୁଳି ଫୁଟିବା ଶବ୍ଦ ଶୁଣାଯାଇଥିଲା। ଏନେଇ ବନକର୍ମଚାରୀମାନେ ସେହି ଅଞ୍ଚଳରେ ଘେରି ଯାଇ ୪ଜଣ ଶିକାରୀଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ; ବରହମପୁର ଥାନା ଅଧୀନ ଭେଜିଗୋଠ ଅଞ୍ଚଳର ରାମ ସିଂ(୪୦), ବୁଦୁଡାହି ଅଞ୍ଚଳର ଜେନା ସିଂ(୨୮), ସୋମା ସିଂ (୨୫), ବଢ଼େଇପଲା ଅଞ୍ଚଳର ଗଣେଶ୍ୱର ସିଂ (୨୨)। ସେମାନଙ୍କଠାରୁ ଦେଶୀବନ୍ଧୁକ, ନାଲି ଓ କଳା ବାରୁଦ, ଶିଶାଗୁଳି, କଟୁରି ପ୍ରଭୃତି ମାରଣାସ୍ତ୍ର ଜବତ କରାଯାଇଛି। ଚଢ଼ଉରେ ଫରେଷ୍ଟର ପରମାନନ୍ଦ ନାୟକ, ସୌମ୍ୟରଞ୍ଜନ ମାଝୀ, ଗାର୍ଡ଼ ଫୁଲମଣି ମୁର୍ମୁ, ହିମାଂଶୁ ଶେଖର ପାଢ଼ୀ, ଆୟୁଷ୍ମାନ ପଣ୍ଡାଙ୍କ ସମେତ ୪୦ରୁ ଊର୍ଦ୍ଧ୍ବ ବନକର୍ମଚାରୀ ଓ ସବୁଜବାହିନୀ କର୍ମଚାରୀ ସାମିଲ ଥିଲେ। ତେବେ ବନବିଭାଗର ଚଢ଼ଉ ଦେଖି ଶିକାରୀମାନେ ଘଞ୍ଚ ଜଙ୍ଗଲ ଆଡକୁ ଦୌଡ଼ି ଗଛ ପାର୍ଶ୍ବରେ ଲୁଚିଥିବା ସମୟରେ ସେମାନଙ୍କୁ କାବୁ କରାଯାଇଥିଲା। ତେବେ ଶିକାରୀଙ୍କୁ ଗୁଳିଟି ଲକ୍ଷ୍ୟଭେଦ ହୋଇନଥିବା ଯୋଗୁ କୌଣସି ବନ୍ୟଜନ୍ତୁଙ୍କ ମୃତ୍ୟୁ ଘଟିନାହିଁ ବୋଲି କୁଲଡିହା ରେଞ୍ଜର ଶ୍ରୀ ମହାପାତ୍ର କହିଛନ୍ତି।

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories