www.samajalive.in
Sunday, November 16, 2025
15.1 C
Bhubaneswar

ମୋଦୀ ଜଣେ ‘ଇଭେଣ୍ଟ ମ୍ୟାନେଜର’ – ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜଣେ ‘ଇଭେଣ୍ଟ ମ୍ୟାନେଜର’ (କାର୍ଯ୍ୟକ୍ରମ ପରିଚାଳକ)। ସେ କେବଳ କେଉଁ ସମୟରେ କେଉଁ କାର୍ଯ୍ୟକ୍ରମ ହେବ ତାହା ହିଁ ଭାବୁଥାଆନ୍ତି। କରୋନା ମୁକାବିଲା ପାଇଁ ତାଙ୍କ ପାଖରେ କୌଣସି ଯୋଜନା ନାହିଁ। ସେ କରୋନା ବିରୋଧରେ ଲଢ଼ିବା ପାଇଁ କୌଣସି ଯୋଜନାବଦ୍ଧ କାର୍ଯ୍ୟକ୍ରମ ବା ରଣନୀତି ସ୍ଥିର କରିନାହାନ୍ତି। ସେ ସେଭଳି ଚିନ୍ତା କେବେ ମଧ୍ୟ କରନ୍ତି ନାହିଁ। ସେଥିପାଇଁ କରୋନାର ଦ୍ବିତୀୟ ଲହରୀ ଭୟାନକ ରୂପ ନେଇଛି। ସାମ୍ପ୍ରତିକ ପରିସ୍ଥିତି ପାଇଁ ପ୍ରଧାନମନ୍ତ୍ରୀ ହିଁ ଦାୟୀ। ଏଭଳି ଆକ୍ଷେପ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଦେଶବାସୀଙ୍କୁ ଟିକାକରଣ ପାଇଁ କୌଣସି ରଣନୀତି ନ ଥିବାରୁ ଲୋକେ ଟିକାରୁ ବଞ୍ଚିତ ହେଉଥିବା ରାହୁଲ ଅଭିଯୋଗ କରିଛନ୍ତି।

- Advertisement -

ସରକାରଙ୍କ ଯୋଜନାରେ ଦେଶର ମାତ୍ର ୩ ପ୍ରତିଶତ ଜନତା ଟିକା ପାଇଥିବାବେଳେ ୯୭ ପ୍ରତିଶତ ସଂକ୍ରମିତ ହୋଇଛନ୍ତି। ମୋଦୀ ସରକାର କି ଲଢ଼େଇ ଲଢ଼ୁଛନ୍ତି ତାହା ନିଜେ ବୁଝିପାରୁ ନାହାନ୍ତି। ଭୂତାଣୁର ରୂପାନ୍ତରଣ ଜନିତ ବିପତ୍ତିକୁ ବୁଝିପାରୁ ନ ଥିବାରୁ ସରକାର ଦେଶବାସୀଙ୍କୁ ସଂକଟ ମଧ୍ୟକୁ ଠେଲି ଦେଇଛନ୍ତି ଓ ବିଶ୍ବବାସୀଙ୍କ ସମ୍ମୁଖରେ ଅଯଥା ବୋଝ ପାଲଟି ଯାଇଛନ୍ତି। କରୋନାର ପ୍ରଥମ ଲହରୀ ସମୟରେ କେହି କିଛି ବୁଝିପାରି ନ ଥି​‌େ​‌ଲ; କିନ୍ତୁ ଦ୍ବିତୀୟ ଲହର ପ୍ରଧାନମନ୍ତ୍ରୀଙ୍କ ଯୋଗୁଁ ଭୟଙ୍କର ହୋଇଛି ଏବଂ ତାଙ୍କ ନାଟକକୁ ଲୋକେ ବୁଝି ଗଲେଣି। ଦାୟିତ୍ବ ସମ୍ପାଦନରେ ତାଙ୍କର ବ୍ୟର୍ଥତା ପ୍ରମାଣିତ ହୋଇଛି। ଏହା ହିଁ ଦ୍ବିତୀୟ ଲହରର କାରଣ। ମୁଁ ତାଙ୍କୁ ପ୍ରତ୍ୟକ୍ଷ ଭାବେ ଟିକାକରଣ ସମ୍ପର୍କରେ ବୁଝାଇଥିଲି; କିନ୍ତୁ ସେ କିଛି ଶୁଣିଲେ ନାହିଁ। ସେ ଏମିତି ଦୁନିଆରେ ରହୁଛନ୍ତି ଯେ ତାଙ୍କୁ କାହା କଥା ଶୁଭେ ନାହିଁ। ଏବେ ସେ ଲୋକଙ୍କ ଦୁଃଖ ଦୁର୍ଦଶା ମୋଚନ କରିବା ପରିବର୍ତ୍ତେ ନିଜର ଭାବମୂର୍ତ୍ତି ସଜାଡ଼ିବାକୁ ବ୍ୟଗ୍ର ବୋଲି ରାହୁଲ ଆକ୍ଷେପ କରିଛନ୍ତି। ଅପରପକ୍ଷରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ କହିଛନ୍ତି ଯେ ସରକାରଙ୍କ ଯୋଗୁଁ ଭାରତ ଏବେ ଆଉ ‘ମହାନ୍‌’ ହୋଇ ରହି ନାହିଁ; ‘ବଦନାମ୍‌’ ହୋଇଯାଇଛି। ଭାରତ ଉପରେ ବିଶ୍ବର ପ୍ରାୟ ସବୁ ରାଷ୍ଟ୍ର କଟକଣା ଲଗାଇଛନ୍ତି। ବିଦେଶରେ ଭାରତୀୟଙ୍କ ଗାଡ଼ିରେ କେହି ବସୁ ନାହାନ୍ତି। ଭୁଲ୍‌ ଟିକା ନୀତି ଯୋଗୁଁ ଭାରତ ପ୍ରଥମେ ଟିକା ରପ୍ତାନି କଲା; ଏବେ ଆମଦାନୀ କରୁଛି ବୋଲି ସେ କହିଛନ୍ତି।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories