www.samajalive.in
Saturday, December 6, 2025
23.1 C
Bhubaneswar

ୟେଦିୟୁରପ୍ପାଙ୍କୁ ମୋଦୀଙ୍କ କଡ଼ା ନିର୍ଦେଶ; କର୍ନାଟକରେ କଂଗ୍ରେସ-ଜେଡିଏସ ସରକାର ଭାଙ୍ଗିବାକୁ ଚେଷ୍ଟା କରନି

ବେଙ୍ଗାଲୁରୁ: କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ଲାଗି ରାଜ୍ୟ ବିଜେପି ଅଧ୍ୟକ୍ଷ ବି.ଏସ. ୟେଦିୟୁରପ୍ପାଙ୍କ ଅଭିଳାଶକୁ ଝଟକା ଲାଗିଛି। ସେ ବାରମ୍ବାର ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଚେଷ୍ଟା କରୁଛନ୍ତି। ତେଣୁ ରାଜ୍ୟରେ କ୍ଷମତାସୀନ କଂଗ୍ରେସ-ଜେଡିଏସ ସରକାରକୁ ଅସ୍ଥିର କରିବା ଲାଗି ପ୍ରୟାସ କରୁଥିବା ନେଇ ତାଙ୍କ ବିରୋଧରେ ଅନେକ ଥର ଅଭିଯୋଗ ଆସିଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହ ୟେଦିୟୁରପ୍ପାଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି। ରାଜ୍ୟରେ ସରକାରକୁ ଅସ୍ଥିର କରିବାକୁ ଉଦ୍ୟମ ନ କରିବା ଲାଗି ମୋଦୀ ଏବଂ ଶାହ ତାଙ୍କୁ କଡ଼ା ନିର୍ଦେଶ ଦେଇଛନ୍ତି।

ଗତ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେଇ ଦିଲ୍ଲୀରୁ ଫେରିବା ସମୟରେ ୟେଦିୟୁରପ୍ପା ଖବରଦାତାଙ୍କୁ କହିଥିଲେ ଯେ, କର୍ନାଟକରେ ମେଣ୍ଟ ସରକାରକୁ ଅସ୍ଥିର କରିବାକୁ ଚେଷ୍ଟା ନ କରିବା ଲାଗି ଦଳର କେନ୍ଦ୍ରୀୟ ନେତୃତ୍ଵ କଡ଼ା ନିର୍ଦେଶ ଦେଇଛନ୍ତି। ବିଜେପି ରାଜ୍ୟରେ ମେଣ୍ଟ ସରକାରକୁ ଭାଙ୍ଗିବା ଲାଗି କୌଣସି ଉଦ୍ୟମ କରିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି।

- Advertisement -

ୟେଦିୟୁରପ୍ପା ମେଣ୍ଟ ସରକାରର ସହଯୋଗୀ ଦଳଗୁଡ଼ିକୁ ରାଜ୍ୟର ବିକାଶ ଉପରେ ଧ୍ୟାନ ଦେବାକୁ କହିବା ସହ ତାଙ୍କ ଦଳ ସରକାରକୁ ଅସ୍ଥିର କରିବାକୁ ଉଦ୍ୟମ କରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ତେବେ ସେ ଅଭିଯୋଗ କରିଛନ୍ତି ଯେ, ମେଣ୍ଟ ସରକାରକୁ ଭାଙ୍ଗିବା ଲାଗି କଂଗ୍ରେସର ଜଣେ ନେତା ୪ ନେତାଙ୍କୁ ବିଜେପି ନିକଟକୁ ପଠାଇଥିଲେ। ସେ ଆହୁରି କହିଛନ୍ତି, ଦଳ କ୍ଷମତାକୁ ଆସିବା ଲାଗି ବ୍ୟସ୍ତ ହେଉନାହିଁ। ବିରୋଧୀ ଦଳ ଭାବେ କାର୍ଯ୍ୟ କରିବା ଲାଗି ଆମ ନିକଟରେ କ୍ଷମତା ରହିଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories