www.samajalive.in
Friday, December 5, 2025
20.1 C
Bhubaneswar

ପୋକ୍ସୋ ଆଇନରେ ମୃତ୍ୟୁଦଣ୍ଡକୁ କ୍ୟାବିନେଟ୍‍ ଅନୁମୋଦନ

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ୍‍ ଶୁକ୍ରବାର ପୋକ୍ସୋ ଆଇନରେ ମୃତ୍ୟୁଦଣ୍ଡ ପ୍ରଦାନକୁ ଅନୁମୋଦନ ପ୍ରଦାନ କରିଛି । ଏଥିପାଇଁ ପୋକ୍ସୋ ଆଇନରେ ସଂଶୋଧନ କରାଯିବ । କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଂକର କ୍ୟାବିନେଟ୍‍ ବୈଠକ ପରେ ଏହି ସୂଚନା ଦେଇଛନ୍ତି।  ସୂଚନା ଅନୁସାରେ କେନ୍ଦ୍ର କ୍ୟାବିନେଟ୍‍ ବୈଠକରେ ୧୨ ବର୍ଷ ଓ ତାଠୁ କମ୍‍ ବୟସ୍କ ନାବାଳିକାଙ୍କ ସହ ବଳାତ୍କାର ଏବଂ ହତ୍ୟା ଭଳି ଘଟଣାରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ପୋକ୍ସୋ ଆଇନରେ ସଂଶୋଧନକୁ ଅନୁମୋଦନ ପ୍ରଦାନ କରାଯାଇଛି ।

ପ୍ରକାଶଯୋଗ୍ୟ ଯେ କାଠୁଆ ଗଣବଳାତ୍କାର ଘଟଣା ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଅନୁମୋଦନ କ୍ରମେ ୧୨ବର୍ଷରୁ କମ୍‌ ବୟସ୍କ ବାଳିକାଙ୍କୁ ବଳାତ୍କାର ଘଟଣାରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ଅଧ୍ୟାଦେଶ ଜାରି କରାଯାଇଥିଲା । ସେହିପରି ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ହରିୟାଣା ସରକାର ବଳାତ୍କାରୀମାନଙ୍କ ପାଇଁ କଠୋର ଦଣ୍ଡ ବ୍ୟବସ୍ଥା କରିଥିଲେ । ଏନେଇ ଉପରୋକ୍ତ ରାଜ୍ୟଗୁଡ଼ିକର ବିଧାନସଭାରେ ବିଧେୟକ ପାରିତ ହୋଇଥିଲା । ୧୨ବର୍ଷରୁ କମ୍‌ ବୟସର ବାଳିକାଙ୍କ ସହ ବଳାତ୍କାର କିମ୍ବା ଗଣ ବଳାତ୍କାର କଲେ ଅପରାଧୀମାନଙ୍କୁ ମୃତ୍ୟୁଦଣ୍ଡ କିମ୍ବା ୧୪ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ପାଇଁ ଏହି ବିଲ୍‌ରେ ବ୍ୟବସ୍ଥା ରହିଛି।

- Advertisement -

ଅପରପକ୍ଷରେ ଜାତୀୟ ଅପରାଧ ଓ ଅପରାଧୀ ରେକର୍ଡ ବ୍ୟୁରୋରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ୨୦୧୬ରେ ୬୪,୧୩୮ଟି ନାବାଳିକା ବଳାତ୍କାର ମାମଲା ମଧ୍ୟରୁ ୧୮୬୯ଟି ମାମଲାର ରାୟ ପ୍ରକାଶ ପାଇଛି। ୯୬ପ୍ରତିଶତ ମାମଲାରେ ପୀଡ଼ିତାଙ୍କ ନିକଟ ସମ୍ପର୍କିୟ ହିିଁଁ ଏଭଳି ଜଘନ୍ୟ ମାମଲାରେ ଅଭିଯୁକ୍ତ ଥିବା ରେକର୍ଡ଼ରୁ ସ୍ପଷ୍ଟ ପ୍ରମାଣିତ ହେଉଛି। ଉଦାହରଣ ସ୍ୱରୂପ ବଳାତ୍କାର ଅଭିଯୁକ୍ତ ପୀଡ଼ିତାଙ୍କ ନିକଟ ଆତ୍ମିୟ, ପରିବାର ସଦସ୍ୟ, ବନ୍ଧୁ ଅଥବା ପଡ଼ୋଶୀ। ଏଭଳି କ୍ଷେତ୍ରରେ ଆଗାମୀ ଦିନରେ ପରିବାରବର୍ଗ ନାବାଳିକା ବଳାତ୍କାର ଘଟଣାକୁ ପଞ୍ଜିକରଣ ନକରି ଚପାଇ ଦେବାର ଯଥେଷ୍ଟ ଆଶଙ୍କା ରହିଛି ।

୨୦୧୬ରେ ପୋକ୍ସୋ ଆଇନ ଅନୁଯାୟୀ ବର୍ଷକ ମଧ୍ୟରେ ରାୟ ପ୍ରକାଶ କରିବାକୁ ନିୟମ କରାଯାଇଥିଲେ ବି ୮୯ ପ୍ରତିଶତ ବଳାତ୍କାର ମାମଲା ବିଳମ୍ବିତ ପ୍ରକ୍ରିୟାରେ ପରିଚାଳିତ ହେଉଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories