www.samajalive.in
Monday, December 15, 2025
26.1 C
Bhubaneswar

ଭାଇରସ ହେଉ କି ସୀମା ବିବାଦ, ଭାରତ ସବୁ ଚ୍ୟାଲେଞ୍ଜର ମୁକାବିଲା ପାଇଁ ପ୍ରସ୍ତୁତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାଇରସ ହେଉ କି ସୀମା ବିବାଦ, ଭାରତ ସବୁ ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି। ଏ କ୍ଷେତ୍ରରେ ଭାରତ ନିଜର ଦକ୍ଷତା ଗତବର୍ଷ ଦେଖାଇ ସାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କହିଛନ୍ତି। ଏନସିସି କାର୍ଯ୍ୟକ୍ରମରେ ମୋଦୀ ଯୋଗଦେଇ କହିଛନ୍ତି, ଦେଶରେ ଯେଉଁଠି ବି ଗୁରୁତ୍ବପୂର୍ଣ୍ଣ କାମ ହୋଇଥାଏ ସେଠାରେ ସବୁବେଳେ ଏନସିସି କ୍ୟାଡେ୍‌ଟମାନେ ପହଞ୍ଚିଥାନ୍ତି। ଦେଶର ଝିଅମାନଙ୍କ ବିଷୟରେ ସେ କହିଛନ୍ତି ଯେ, ସାହସୀ ଝିଅମାନେ ପ୍ରତ୍ୟେକ ଦିଗରେ ଶତ୍ରୁକୁ ପ୍ରତିହତ କରିବାକୁ ସଙ୍କଳ୍ପବଦ୍ଧ। ଦେଶ ତୁମର ସାହସ ଆବଶ୍ୟକ କରୁଛି। ମୁଁ ତୁମ ଭିତରେ ଭବିଷ୍ୟତର ଅଧିକାରୀମାନଙ୍କୁ ଦେଖେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଏନସିସି କ୍ୟାଡେଟମାନଙ୍କୁ ସମ୍ବୋଧିତ କରି କହିଥିଲେ, ଭାରତକୁ ଫ୍ରାନ୍ସରୁ ୩ଟି ରାଫେଲ ଯୁଦ୍ଧ ବିମାନ ମିଳିଛି। ଏଥିରେ ମଝି ଆକାଶରେ ଇନ୍ଧନ ଭର୍ତ୍ତି କରିବା କ୍ଷମତା ଅଛି। ଭାରତର ମିତ୍ର ଗ୍ରୀସ୍‌ ଏବଂ ସାଉଦି ଆରବର ସହାୟତା ଦ୍ବାରା ଏହା ହୋଇପାରିଛି। ଏହା ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ସହିତ ଭାରତର ଦୃଢ଼ ବନ୍ଧୁତାର ଚିତ୍ର।

- Advertisement -

୧୯୭୧ ଯୁଦ୍ଧରେ ଆମ ଯବାନମାନେ ଲୋଙ୍ଗେୱାଲାରେ ଏକ ରଣନୀତିକ ଏବଂ ନିର୍ଣ୍ଣାୟକ ଲଢ଼େଇ ଜିତିଥିଲେ। ପାକିସ୍ତାନ ବିରୋଧରେ ସେହି ଯୁଦ୍ଧରେ ଭାରତ ସୀମାରେ ଶତ୍ରୁଙ୍କୁ ହରାଇଥିଲା। ପାକିସ୍ତାନର ଅସଂଖ୍ୟ ସୈନିକଙ୍କୁ ଭାରତ ସାମ୍ନାରେ ଆତ୍ମସମର୍ପଣ କରିବାକୁ ପଡ଼ିଥିଲା। ଚଳିତବର୍ଷ ଆମେ ସେହି ଯୁଦ୍ଧର ୫୦ ବର୍ଷ ପୂରଣ କରୁଛେ। ଏନସିସିରେ ମହିଳା କ୍ୟାଡେଟ୍‌ଙ୍କ ସଂଖ୍ୟାରେ ୩୫ ପ୍ରତିଶତ ବୃଦ୍ଧି ପାଇଛି। ଆମ ସୁରକ୍ଷା ବଳର ସବୁ ବିଭାଗ ମହିଳାଙ୍କ ପାଇଁ ଉନ୍ମୁକ୍ତ କରାଯାଉଛି। ଭାରତର ବୀର ଝିଅମାନେ ସବୁ ବିଭାଗରେ ଶତ୍ରୁଙ୍କୁ ମାତ୍‌ ଦେବା ଲାଗି ପ୍ରସ୍ତୁତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories