www.samajalive.in
Monday, December 8, 2025
13.1 C
Bhubaneswar

ପର୍ସ ସହ ଜଡିତ ବାସ୍ତୁର ଏହି ସରଳ ଉପାୟ : ମାନିଲେ ହେବେ ଲାଭବାନ

ବାସ୍ତୁ ଅନୁଯାୟୀ କିଛି ନିୟମ ରହିଛି ଯାହାକୁ ମାନିବା ଦ୍ୱାରା ପର୍ସରେ ପଇସା ଆଶାନୁରୂପକ ରହିବ। ଜାଣନ୍ତୁ
ସୁନା କିମ୍ବା ଚାନ୍ଦିର ଏକ ଟଙ୍କା –
ସୁନା କିମ୍ବା ଚାନ୍ଦିର ଏକ ଟଙ୍କା ପର୍ସରେ ରଖିବା ଦ୍ୱାରା ଲାଭଦାୟକ ହୋଇଥାଏ। ମା’ଲକ୍ଷ୍ମୀଙ୍କ ନିକଟରେ ଏହାକୁ ପୂଜା କରି ପର୍ସରେ ରଖନ୍ତୁ।
ଚାଉଳ –
ଧାର୍ମିକ ଶାସ୍ତ୍ର ଅନୁଯାୟୀ, ପର୍ସରେ ଅଳ୍ପ ଚାଉଳ ରଖନ୍ତୁ। ଏପରି କରିବା ଦ୍ୱାରା ଅଯଥା ଟଙ୍କା ଖର୍ଚ୍ଚ ହୋଇନଥାଏ।
ନିଜ ପର୍ସରେ କୌଣସି ପ୍ରକାରର ଖାଦ୍ୟଦ୍ରବ୍ୟ ରଖନ୍ତୁ ନାହିଁ। କାରଣ ଖାଦ୍ୟଦ୍ରବ୍ୟ ରହିଲେ ଅଯଥାରେ ପଇସା ଖର୍ଚ୍ଚ ହୋଇଥାଏ।
ନିଜ ପର୍ସରେ ଧାର୍ମିକ ବସ୍ତୁ ନିଶ୍ଚୟ ରଖନ୍ତୁ। ଯେପରି ରୁଦ୍ରାକ୍ଷ ରଖିବା ଦ୍ୱାରା ଖୁବ ଶୁଭଫଳ ମିଳିଥାଏ। ପର୍ସରେ ଟଙ୍କା ସର୍ବଦା ରହିଥାଏ।
ଅନ୍ୟ ଏକ ଉପାୟ ଆପଣଙ୍କ ଶୁଣିବାକୁ ଆଶ୍ଚର୍ୟ୍ୟ ଲାଗିପାରେ, ମାତ୍ର ପର୍ସରେ ସାମାନ୍ୟ ପରିମାଣରେ ଶୁଖିଲା ଗୋବର ରଖନ୍ତୁ। ଏହି ଉପାୟ କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିବ। ଅଯଥାରେ ଟଙ୍କା ଖର୍ଚ୍ଚ ହେବ ନାହିଁ। ସଞ୍ଚୟ ମଧ୍ୟ ହେବ।
ବାସ୍ତୁ ଅନୁଯାୟୀ ଆପଣ ନିଜ ପର୍ସରେ ମା’ଲକ୍ଷ୍ମୀଙ୍କ ଫଟୋ ନିଶ୍ଚୟ ରଖନ୍ତୁ। ଏପରି କରିବା ଦ୍ୱାରା କୌଣସି ନା କୌଣସି କାରଣରୁ ଆପଣଙ୍କ ନିକଟକୁ ଟଙ୍କା ଆସିବ। ଧନର ଅଭାବ ରହିବ ନାହିଁ।
କାଚ –
ପର୍ସରେ ଏକ ଛୋଟ କାଚ କିମ୍ବା ଅଇନା ରଖନ୍ତୁ। ଏହା ମଧ୍ୟ ଶୁଭଫଳ ପ୍ରଦାନ କରିଥାଏ।
ଲାଲ ରଙ୍ଗର କାଗଜ –
ଗୋଟିଏ ଲାଲ ରଙ୍ଗର କାଗଜରେ ନିଜ ଇଚ୍ଛା ଲେଖି ଏହି କାଗଜକୁ ରେଶମୀ ସୂତାରେ ବାନ୍ଧି ପର୍ସରେ ରଖନ୍ତୁ। ପର୍ସରେ କେବେ ଟଙ୍କା ଖାଲି ହେବ ନାହିଁ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories