www.samajalive.in
Saturday, December 6, 2025
16.1 C
Bhubaneswar

ଇଣ୍ଡିଆ ଗ୍ଲୋବାଲ ୱିକରେ ମୋଦୀ; କହିଲେ ଭାରତ ପ୍ରତିଭାଙ୍କ ପାୱାର ହବ୍‌

ନୂଆଦିଲ୍ଲୀ: ଭାରତରେ ପ୍ରତିଭାଙ୍କ ଅଭାବ ନାହିଁ। ଏହି ଦେଶ ପ୍ରତିଭାମାନଙ୍କର ପାୱାର ହବ୍‌, ଯିଏ ପୂରା ଦୁନିଆରେ ନିଜର ଉପସ୍ଥିତିକୁ ଦେଖାଇବାକୁ ଚାହୁଁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଗୁରୁବାରଠାରୁ ବ୍ରିଟେନରେ ଆରମ୍ଭ ହୋଇଥିବା ଇଣ୍ଡିଆ ଗ୍ଲୋବାଲ ୱିକ୍‌ ୨୦୨୦ରେ ସାମିଲ ହୋଇ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦବୋଧନ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନିଜ ଉଦବୋଧନରେ ଭାରତରେ କରୋନା ଭୂତାଣୁ ସଙ୍କଟ ଏବଂ ଅର୍ଥବ୍ୟବସ୍ଥା ପ୍ରତି ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜ ବିଷୟରେ କହିଥିଲେ। ଏହା ସହିତ ଭାରତରେ ନିବେଶ କରିବାକୁ ନିବେଶକମାନଙ୍କୁ କହିଥିଲେ। ମୋଦୀ କହିଥିଲେ, ସାମାଜିକ ସମସ୍ୟା ହେଉ କି ଆର୍ଥିକ ସମସ୍ୟା, ଭାରତ ସବୁବେଳେ ଆଗକୁ ବଢ଼ି କାମ କରିଛି। ଆଜି ଭାରତ କରୋନା ଭୂତାଣୁ ବିରୋଧରେ ଲଢ଼େଇ କରଉଛି। ଏହା ସହିତ ଆମେ ଅର୍ଥବ୍ୟବସ୍ଥା ଉପରେ ବି ନଜର ରଖିଛୁ। ବିଶ୍ଵର ସମୃଦ୍ଧି ପାଇଁ ଭାରତ ସମସ୍ତ ପଦକ୍ଷେପ ନେବାକୁ ପ୍ରସ୍ତୁତ।

- Advertisement -

ମୋଦୀ ଆହୁରି କହିଥିଲେ, ଆମ ସରକାର ଗତ ୬ ବର୍ଷରେ ଏଭଳି ଅନେକ ନିଷ୍ପତ୍ତି ନେଇଛି, ଯାହାଦ୍ବାରା ଭବିଷ୍ୟତର ପଥ ସୁଗମ ହୋଇପାରିବ। ଜିଏସଟି ସମେତ ଅନେକ ବଡ଼ ନିଷ୍ପତ୍ତି ଏହାର ଉଦାହରଣ। କରୋନା ସଙ୍କଟ ମଧ୍ୟରେ ସାଧାରଣ ଜନତାଙ୍କୁ ସହାୟତା କରିବାକୁ ସରକାର ଉଦ୍ୟମ କରୁଛନ୍ତି। ଅର୍ଥବ୍ୟବସ୍ଥାକୁ ଆହୁରି ସହଜ କରାଯାଉଛି। ଆମେ ଲୋକଙ୍କ ପାଇଁ ରିଲିଫ ପ୍ୟାକେଜ ଘୋଷଣା କରିଛୁ। ଏହା ଜରିଆରେ ଗରିବଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଯାଉଛି। ଶ୍ରମିକମାନଙ୍କୁ ରୋଜଗାର ଯୋଗାଇଦେବାକୁ ପଦକ୍ଷେପ ନିଆଯାଉଛି। ସେହିପରି ଭାରତରେ ଯେଉଁ ଔଷଦ ପ୍ରସ୍ତୁତ ହେଉଛି ତାହା ବିଶ୍ଵର ଆବଶ୍ୟକତାକୁ ପୂରଣ କରୁଛି। ଆମ ଦେଶରେ କରୋନା ଭୂତାଣୁର ଭାକ୍ସିନ ବି ତିଆରି ହେଉଛି। କରୋନା ଟିକା ପ୍ରସ୍ତୁତିରେ ଭାରତର ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିବ। ଆଜି ଦେଶ ଆତ୍ମନିର୍ଭର ଭାରତ ଆଡକୁ ଅଗ୍ରସର ହେଉଛି।

ସୂଚନାଯୋଗ୍ୟ, ୩ ଦିନ ଧରି ହେବାକୁ ଥିବା ଏହି ଭର୍ଚୁଆଲ କନ୍‌ଫରେନ୍ସର ଥିମ୍‌ ‘ବି ଦ ରିଭାଇଭାଲ: ଇଣ୍ଡିଆ ଆଣ୍ଡ ଏ ବେଟର ନ୍ୟୁ ୱାର୍ଲ୍ଡ’ ରହିଛି। ଏହି ସମ୍ମିଳନୀରେ ୩୦ ଦେଶର ୫୦୦୦ ପ୍ରତିନିଧି ସାମିଲ ହୋଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories