www.samajalive.in
Saturday, December 6, 2025
14.1 C
Bhubaneswar

ପ୍ଲାଜ୍‌ମା ଦାନ କଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ: ବିଜେପି ନେତା ତଥା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି। ଏହା ପରେ ସେ ଗୁରୁବାର ନିଜର ପ୍ଲାଜମା ଦାନ କରିଛନ୍ତି। ଏହି ପ୍ଲାଜମା ବଳରେ ଅନ୍ୟ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ହୋଇପାରିବ। ପ୍ଲାଜମା ଦାନ କରିବା ପରେ ଜ୍ୟୋତିରାଦିତ୍ୟ କହିଛନ୍ତି, ଦେଶବାସୀଙ୍କ ଜୀବନର ସୁରକ୍ଷିତ ରଖିବା ସମସ୍ତଙ୍କ ଦାୟିତ୍ଵ।

ଜୁନ ପ୍ରଥମ ସପ୍ତାହରେ ଜ୍ୟୋତିରାଦିତ୍ୟ ଏବଂ ତାଙ୍କ ମା’ ମାଧବୀ ରାଜେ ସିନ୍ଧିଆ କରୋନା​‌ରେ ସଂକ୍ରମିତ ହୋଇଥିଲେ। ଏହା ପରେ ଉଭୟଙ୍କୁ ଚିକିତ୍ସା କରିବା ଲାଗି ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଉଭୟେ ସୁସ୍ଥ ହୋଇଛନ୍ତି। ଜ୍ୟୋତିରାଦିତ୍ୟ ପ୍ଲାଜମା ଦାନ କରିବା ସମୟର ଏକ ଫଟୋକୁ ଟ୍ବିଟର୍‌ରେ ଶେୟାର କରିଛନ୍ତି। ସେ ଟ୍ବିଟ୍‌ରେ ଲେଖିଛନ୍ତି ଯେ, ସଂକ୍ରମଣ ସାମ୍ନା କରିଥିବା ମୁଁ ଏବଂ ମୋ ଭଳି ହଜାର ହଜାର ନାଗରିକ ଯେଉଁମାନେ ସୁସ୍ଥ ହୋଇଛନ୍ତି, ସେମାନେନିଜର ପ୍ଲାଜମା ଦାନ କରି ଅନ୍ୟ ସଂକ୍ରମିତଙ୍କ ଚିକିତ୍ସାରେ ସହଯୋଗ କରିବା ଦରକାର। ଦେଶବାସୀଙ୍କ ଜୀବନର ସୁରକ୍ଷା କରିବା ସମସ୍ତଙ୍କ ଦାୟିତ୍ଵ। ଏହି ଟ୍ବିଟ୍‌ରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ଜେ.ପି. ନଡ୍ଡା, ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନଙ୍କୁ ଟ୍ୟାଗ୍‌ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories