www.samajalive.in
Saturday, December 13, 2025
27.1 C
Bhubaneswar

ଦୁର୍ଗମ ଅଞ୍ଚଳରେ ପହଞ୍ଚିବ ମୋବାଇଲ ସେବା, ବିଏସଏନଏଲ ନିର୍ମାଣ କଲା ୪୦ ଟାଓାର

ହରଭଙ୍ଗା: ଦୁର୍ଗମ ଅଂଚଳରେ ମୋବାଇଲସେବା ପଂହଚାଇବା ଲକ୍ଷ୍ୟରେ କେନ୍ଦ୍ରସରକାରଙ୍କ ପକ୍ଷରୁ ଏକ ମହତ୍ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିପାଇଁ ବିଏସଏନଏଲ ପକ୍ଷରୁ ବୌଦ୍ଧ ଜିଲାର ବିଭିନ୍ନ ଦୁର୍ଗମ ଗାଁରେ ୪୦ଟି ଟାଓାର ସ୍ଥାପନ ସରିଛି ।ଆଉ କିଛିଦିନ ମଧ୍ୟରେ ସେଗୁଡିକ କାର୍ଯ୍ୟକ୍ଷମ ନିମନ୍ତେ ଭେଣ୍ଡରକୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

ପ୍ରକାଶ ଯେ ବୌଦ୍ଧ ଜିଲାର ହରଭଙ୍ଗା, ବୌଦ୍ଧ ଏବଂ କଣ୍ଟାମାଳ ଭଳି ତିନୋଟି ବ୍ଲକରେ ବିଏସଏନଏଲ ପକ୍ଷରୁ ଦୁର୍ଗମ ଅଂଚଳରେ ମୋବାଇଲ ସେବା ଯୋଗାଇବା ଲକ୍ଷ୍ୟରେ ୬୫ଟି ଟାଓାର ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ମାତ୍ର ଗମନାଗମ ଅସୁବିଧା ସହିତ ଟାଓାର ସାମଗ୍ରୀ ପଂହଚିବା ଅସୁବିଧା ଯୋଗୁଁ ସମୁଦାୟ ୪୧ଟି ଟାଓାର ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି ।ସେଥିରୁ ଆଜି ସୁଦ୍ଧା ୪୦ଟି ଟାଓାର ନିର୍ମାଣ ସରିଥିବା ବେଳେ ସେଗୁଡିକ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟକ୍ଷମ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

- Advertisement -

ସେଥିରୁ ହରଭଙ୍ଗା ବ୍ଲକର ଆଡେଣିଗଡ ପଂଚାୟତର କୁଚୁପାଜୁ, ତଳଗାଁ ପଞ୍ଚାୟତର ବଡକଙ୍କାଳ ସାହି, ବେହେରା ସାହି, କଣ୍ଟିସର, ଗଣ୍ଡିସର, ପୁରୁଣାପାଣି, ଗୁଠୁଖୋଲ, କରଡାକୋଠା, ମହାଲ୍ଲିକପଡା ପଞ୍ଚାୟତର ଯାବର ଭଳି ଦୁର୍ଗମ ଗାଁରେ ବିଏସଏନଏଲ ଟାଓାର ନିର୍ମାଣ ସରିଥିବା ଜଣାପଡିଛି । ଏଗୁଡିକ ତୁରନ୍ତ କାର୍ଯ୍ୟକ୍ଷମ ପାଇଁ ତାଲିକାରେ ସ୍ଥାନପାଇଛି । ଟାଓାର ନିର୍ମାଣ ସରିବା ପରେ ବିଏସଏନଏଲ ସେବାକୁ ଦୁର୍ଗମ ଅଞ୍ଚଳର ଉପୋଭୋକ୍ତା ଚାତକପରି ଚାହିଁବସିଥିବା ବେଳେ ଏହାକୁ ତ୍ୱରିତ କାର୍ଯ୍ୟକ୍ଷମ କରାଯିବାକୁ ଦାବୀ ଉଠୁଛି । ଏଗୁଡିକ କାର୍ଯ୍ୟକ୍ଷମହେଲେ ଦୁର୍ଗମ ଅଂଚଳରେ ରହିଥିବା ଅପହଞ୍ଚ ମୋବାଇସେବା ଦୂରହେବା ସହିତ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଏହା ବେଶ ସହାୟକ ହେବ।

ଏ ସର୍ମ୍ପକରେ ବୌଦ୍ଧ ଟେଲିକମ ଏସ.ଡି.ଓ ହିରଣ୍ୟମୟ ଭୋକ୍ତା କହିଥିଲେ ଯେ ବୌଦ୍ଧ ଜିଲାରେ ବର୍ତ୍ତମାନ ସୁଦ୍ଧା ୪୦ଟି ବିଏସଏନଏଲ ୪ଜି ଟାଓାର ସ୍ଥାପନ ସରିଛି । ଏଗୁଡିକ ଚାର୍ଜ ନିମନ୍ତେ ଭେଣ୍ଡର ମଧ୍ୟ ସରିଛି । ଚଳିତମାସ ଶେଷସୁଦ୍ଧା ଏଥିରୁ କେତେଗୁଡିଏ ଟାଓାର କାର୍ଯ୍ୟକ୍ଷମ ହେବାନେଇ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ପରବର୍ତ୍ତି ସମୟରେ ସ୍ଥାପନ ସରିଥିବା ସବୁ ଟାଓାର ଗୁଡିକ କାର୍ଯ୍ୟକ୍ଷମ କରାଯାଇ ଦୁର୍ଗମ ଅଂଚଳରେ ଅପହଂଚ ମୋବାଇଲ ସେବା ଦୂରକରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories