www.samajalive.in
Sunday, December 7, 2025
13.1 C
Bhubaneswar

ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ବାରା ବିଦ୍ୟାଳୟର ବିକାଶ ସମ୍ଭବ

ରାମନାଗୁଡା: ପୁରାତନ ଛାତ୍ରଛାତ୍ରଙ୍କ ଦ୍ବାରା ବିଦ୍ୟାଳୟର ବିକାଶ ହୋଇପାରିବ। ଏନେଇ ପୁରାତନ ଛାତ୍ରମାନେ ଏକାଠି ହୋଇ ଉଦ୍ୟମ କରିବା ଆବଶ୍ୟକ। ଆଜି ଏନେଇ ରାୟଗଡ଼ା ଜିଲ୍ଲା ରାମନାଗୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଭିଡ଼ିଓ କନଫରେନ୍‌ସିଂ ଜରିଆରେ ଅନୁଷ୍ଠିତ ମୋସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଛି। ଏହି ମୋସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ରାମନାଗୁଡା ବିଡ଼ିଓ ବେଣୁଧର ଶବର, ଗୋଷ୍ଠୀ ଶିକ୍ଷାଧିକାରୀ ତଥା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୂଜନ ମଲ୍ଲିକ, ସରପଞ୍ଚ ଗାୟତ୍ରୀ ମାଣ୍ଡାଙ୍ଗି, ବ୍ଲକ ଉପାଧ୍ୟକ୍ଷ ସୂର୍ଯ୍ୟରାଓ କୁମ୍ଭିରିକା, ବରିଷ୍ଠ ଶିକ୍ଷୟିତ୍ରୀ ସ୍ମିତାରଣୀ ତୁଳ, ବିଦ୍ୟାଳୟ ଉପସଭାପତି ଲଳିତମୋହନ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ମୋ ସ୍ଲୁଲ ଅଭିଯାନ ଭିଡ଼ିଓ କନଫରେନ୍‌ସିଂ ଆଲୋଚନା କାର୍ଯ୍ୟକ୍ରମରେ ବିଦ୍ୟାଳୟ ବିକାଶତଥା ଉନ୍ନତି ସମ୍ପର୍କରେ ଆଲୋଚନା ହୋଇଥିଲା। ୧୯୮୦ମସିହାରେ ସ୍ଥାପିତ ରାମନାଗୁଡା ଉଚ୍ଚ ବିଦ୍ୟାଳୟରେ ରାୟଗଡ଼ା ଜିଲ୍ଲାରେ ଶ୍ରେଷ୍ଠ ବିଦ୍ୟାଳୟରେ ୭ନମ୍ବର ମଧ୍ୟରେ ସ୍ଥାନିତ ହୋଇଥିବାବେଳେ ପୁରାତନ ଛାତ୍ରଛାତ୍ରୀମାନେ ଆଗେଇ ଆସିଲେ ବିଦ୍ୟାଳୟ ବିକାଶ ଦିଗରେ ପଦକ୍ଷେପ ନେବାକୁ ଭିଡ଼ିଓ କନଫରେନ୍‌ସିଂ ମାଧ୍ୟମରେ ମତ ବିନିମୟ କରିଥିଲେ। ବିଦ୍ୟାଳୟର ସାମୂହିକ ବିକାଶ ନିମନ୍ତେ ଏହି ବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ସଂଗଠିତ କରିବା ସହିତ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ପୁରାତନ ଛାତ୍ରମାନେ ମତପ୍ରକାଶ କରିଥିଲେ। ଶିକ୍ଷା ବ୍ୟବସ୍ଥାରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷଦାନକରି ଉନ୍ନତ ମଣିଷ ଭାବେ ଗଢ଼ିତୋଳିବା, ପାଠପଢାଇବା ବ୍ୟତୀତ ବିଦ୍ୟାଳୟର ଉନ୍ନତି ଦିଗରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବାରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

- Advertisement -

ବିଦ୍ୟାଳୟ ବିକାଶ ଦିଗରେ ପୁରାତନ ଛାତ୍ରଛାତ୍ରୀମାନେ କିପରି ଭାବେ ନିଜ ବିଦ୍ୟାଳୟ ଉନ୍ନତି ତଥା ଛାତ୍ରଛାତ୍ରୀମାନଙ୍କୁ କିପରି ରୂପେ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ବିଦ୍ୟାଳୟର ବିକାଶ ଦିଗରେ ଉନ୍ନତି କରାଯାଇପାରିବ ସେନେଇ ପୁରାତନ ଛାତ୍ରମାନେ ଜିଲ୍ଲାପାଳଙ୍କ ସହ ମତବିନିମୟ କରିଥିଲେ। ଏଥିରେ ଉନ୍ନତ ମାନର କ୍ଲାସରୁମ,ଡିଜିଟାଲ ଲାଇବ୍ରେରୀ, କ୍ଲାସରୁମ ନିର୍ମାଣ, ଖେଳପଡିଆ ଆଦି ନିର୍ମାଣ ଦିଗରେ ଆଲୋଚନା କରିବା ସହ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ନିଯୁକ୍ତି ସହ ଆବଶ୍ୟକ ଶିକ୍ଷକମାନଙ୍କୁ ନିଯୁକ୍ତି ଦେବାକୁ କହିଥିଲେ। ରାୟଗଡ଼ା ଜିଲ୍ଲାରେ ଶ୍ରେଷ୍ଠ ବିଦ୍ୟାଳୟ ତାଲିକାରେ ରାମନାଗୁଡା ବିଦ୍ୟାଳୟ ସ୍ଥାନିତ ହୋଇଥିବାବେଳେ ଏଥିନେଇ ପୁରାତନ ଛାତ୍ରଛାତ୍ରୀମାନେ ଆର୍ଥିକ ସାହାଯ୍ୟ ଯୋଗାଇଦେବା ସହ ଉଦ୍ୟମ କରିବା ଆବଶ୍ୟକତା ରହିଥିବା ସହ ବିଦ୍ୟାଳୟ ଆବଶ୍ୟକତା ଉନ୍ନତିକରଣ ବିକାଶ ପୂରଣ ଦିଗରେ ନିଜକୁ ନିୟୋଜିତ କରିବା ନେଇ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ବହୁ ପୁରାତନ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories