www.samajalive.in
Sunday, December 7, 2025
14.1 C
Bhubaneswar

ବାଟକୁ ଆସୁନି ‘ମୋ ସାଇକଲ’; ଦାୟିତ୍ବ ପରିବର୍ତ୍ତନ ପରେ ବି ବଦଳୁନି ଚିତ୍ର, ଜବରଦଖଲରେ ଟ୍ରାକ୍‌

ଭୁବନେଶ୍ବର: ରାଜଧାନୀବାସୀ ମୋ ସାଇକଲ ଚଢ଼ିବେ। ପ୍ରଦୂଷଣ କମିବ। ବାସିନ୍ଦାଙ୍କ ମନ ଏବଂ ଶରୀର ସୁସ୍ଥ ରହିବ। ସ୍ମାର୍ଟସିିଟିରେ ଜନ ଅପେକ୍ଷା ଯାନ ସଂଖ୍ୟା ଅଧିକ ହେତୁ ସାଇକଲ ଚାଳନା ସଂସ୍କୃତି ବିକାଶ ନିମନ୍ତେ ବିଏମ୍‌ସି ଓ ସ୍ମାର୍ଟସିଟି ପକ୍ଷରୁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନିଆଯାଉଥିବା କୁହାଯାଉଛି। ହେଲେ ବାସ୍ତବ ସ୍ଥିତି ଓଲଟା। ୨ହଜାର ମୋ ସାଇକଲ ଏବଂ ରାହାଗିରି, ପଥୋତ୍ସବ ନିମନ୍ତେ ଆସିଥିବା ୪ଶହରୁ ଊର୍ଦ୍ଧ୍ବ ସାଇକଲ ବାଟକୁ ଆସୁନି। ବିଏମ୍‌ସି କାର୍ଯ୍ୟାଳୟ ଏବଂ ବିଭିନ୍ନ ରାସ୍ତାକଡ଼ରେ ଖତ ଖାଉଛି ସାଇକଲ। ମୋ ସାଇକଲ ଖୋଜାଯାଉଛି ବୋଲି ବିଏମ୍‌ସି କହୁଛି। ନିଜ ସାଇକଲର ହିସାବ ରଖୁ ନ ଥିବା ବିଏମ୍‌ସି ସହରରେ ସାଇକଲ ଚାଳନା ବୃଦ୍ଧି କରି ସାଇକଲ ସଂସ୍କୃତି ସୃଷ୍ଟି ଲକ୍ଷ୍ୟରେ ପ୍ରତି ଶୁକ୍ରବାର ‘ସାଇକଲଗିରି’ କାର୍ଯ୍ୟକ୍ରମ କରୁଛି। ବଛାବଛା ସାଇକଲ ଚାଳକ ଏବଂ ସାଇକଲପ୍ରେମୀଙ୍କୁ ସାମିଲ କରାଯାଇ ପ୍ରତିଯୋଗିତା ହେଉଛି। ସହରରେ ବଡ଼ବଡ଼ ହୋର୍ଡିଂ ମଧ୍ୟ ଲାଗିଛି। ହେଲେ ସାଇକଲ ପଥରେ ଗଡୁ ନ ଥିବା ଦେଖିବାକୁ ମିଳୁଛି। ସାଇକଲ ଚାଳନା ନିମନ୍ତେ ରାସ୍ତା ସୁଗମ ନାହିଁ। କେଉଁଠି ଉଠାଦୋକାନୀଙ୍କ କବ୍‌ଜାରେ ତ ଆଉ କେଉଁ ଟାଇଲ୍‌ ଉଠି ଗଲାଣି।

- Advertisement -

୨୬ ନଭେମ୍ବର ୨୦୧୮ରେ ଭୁବନେଶ୍ୱରରେ ପବ୍ଲିକ୍‍ ବାଇସାଇକଲ୍‍ ସେୟାରିଂ(ପିବିଏସ୍‍) ଆରମ୍ଭ ହୋଇଥିଲା। ୟାନା ଓ ୟୁଲୁ କମ୍ପାନୀର ୫୦୦ ଲେଖାଏଁ ଏବଂ ହେକ୍ସିର ୧୦୦୦ ଏପରି ମୋଟ ୨ହଜାର ମୋ ସାଇକଲ କିଣିଥିଲା ସ୍ମାର୍ଟସିଟି। କ୍ୟାପିଟାଲ୍‍ ରିଜିଅନ୍‍ ଅର୍ବାନ୍‍ ଟ୍ରାନ୍ସପୋର୍ଟ (କ୍ରୁଟ୍‌)କୁ ମୋ ସାଇକଲ ପରିଚାଳନା ଦାୟିତ୍ୱ ଦିଆଯାଇଥିଲା। ଏହି ସାଇକଲ ମଧ୍ୟରୁ ଏବେ ୧୬ଶହ କାର୍ଯ୍ୟକାରୀ ଅବସ୍ଥାରେ ଥିବାବେଳେ ୪୦୦ ମରାମତି ହେଉଛି। ଶିଶୁଭବନ ଛକଠାରୁ ବାଣୀବିହାର ଏବଂ ପଟିଆ ଛକଠାରୁ ଇନ୍‍ଫୋସିଟି ଦେଇ କିଟ୍‍ ପର୍ଯ୍ୟନ୍ତ ସାଇକଲ ଟ୍ରାକ୍‍ର ଉନ୍ନତି ହୋଇଛି ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ରାହାଗିରି ଏବଂ ପଥ ଉତ୍ସବ ନିମନ୍ତେ ପାଖାପାଖି ୪ଶହ ସାଇକଲ ବିଏମ୍‌ସି ହାତକୁ ଆସିଥିଲା। କିଛି ସଂସ୍ଥା ଏବଂ ବ୍ୟକ୍ତିବିଶେଷ ବିଏମ୍‌ସିକୁ ସାଇକଲ ଦେଇଥିଲେ। ହେଲେ ଏଗୁଡ଼ିକ ଏବେ ବିଏମ୍‌ସି ସଙ୍ଗାରେ ପଡ଼ିଛି। ବର୍ତ୍ତମାନ ଆଉ ପାଖାପାଖି ଦେଢ଼ ଶହ ସାଇକଲ ଥିଲେ ବି ଏଗୁଡ଼ିକ ଅଚଳ ଅବସ୍ଥାରେ ଅଛି। ମରାମତି କାମ ଚାଲିଛି।

ଜିପିଏସ୍‌ ଅଚଳରୁ ଗାଏବ୍‌ ହୋଇଯାଉଛି
ରାଜଧାନୀର ପ୍ରମୁଖ ଛକ ଏବଂ ମୋ ବସ୍‌ ଷ୍ଟପ୍‌ ନିକଟରେ ମୋ ସାଇକଲ ନିମନ୍ତେ ପାଖାପାଖି ୪୦୦ ଷ୍ଟେସନ ରହିଛି। ପ୍ରତି ସାଇକଲରେ ଜିପିଏସ୍‌ ସିଷ୍ଟମ୍‌ ଥିବାବେଳେ ଏଗୁଡ଼ିକ ଏବେ ଅଚଳ ଅବସ୍ଥାରେ ରହିଛି। ଫଳରେ ଚାଳକ ମୋ ସାଇକଲ ଭଡ଼ାରେ ନେଇପାରୁ ନାହାନ୍ତି।
ଜିପିଏସ୍‌ ଅଚଳ ଥିବାରୁ କେଉଁ ସାଇକଲ କେଉଁଠି ପଡ଼ିଛି ତା’ର ଖୋଜ୍‌ ଖବର ବିଏମ୍‌ସି ନିକଟରେ ରହୁନାହିଁ। ଏହାର ଫାଇଦା ନେଇ ଦୁର୍ବୃତ୍ତ ସାଇକଲ ଚୋରି କରି ନେଇଯାଉଛନ୍ତି। ପାଖାପାଖି ୨ଶହରୁ ଊର୍ଦ୍ଧ୍ବ ସାଇକଲର ହିସାବ ବିଏମ୍‌ସି ପାଖରେ ନ ଥିବା ଜଣାପଡ଼ିିଛି। ସେହିପରି ମୋ ସାଇକଲ ଷ୍ଟେସନରେ ହେଲ୍‌ମେଟ୍‌ ରହୁନି କି ଚାଳକଙ୍କୁ ଦିଆଯାଉନି।

ସୁଫଳ ମିଳୁନି
ଗତବର୍ଷ ଅକ୍ଟୋବରରେ କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ ଅଥରିଟି(କ୍ରୁଟ୍‌)ଠାରୁ ସ୍ମାର୍ଟସିଟି ମୋ ସାଇକଲ ପରିଚାଳନା କାଢ଼ି ନେଇ ବିଏମ୍‌ସିକୁ ହସ୍ତାନ୍ତର କରିଛି। ହେଲେ ରାସ୍ତାରେ ସେପରି ସାଇକଲ ଗଡୁ ନ ଥିବା ଦେଖିବାକୁ ମିଳୁଛି। ଟ୍ରାକ୍‌, ଆପ୍‌ ଏବଂ ମରାମତି କାର୍ଯ୍ୟ ଚାଲିଥିବା‌ ବିଏମ୍‌ସି ପକ୍ଷରୁ କୁହାଯାଉଛି।

Hot this week

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

Related Articles

Popular Categories