ଏଣିକି ଗାଁରେ ବି ଗଡ଼ିବ ମୋ ବସ୍‌; ପ୍ରଥମେ ୬ ଜିଲାରେ ହେବ କାର୍ଯ୍ୟକାରୀ

ଭୁବନେଶ୍ବର: ଏଣିକି ରାଜ୍ୟର ପ୍ରତ୍ୟେକ ପଞ୍ଚାୟତକୁ ଗଡ଼ିବ ମୋ ବସ୍‌। ‘ଲକ୍ଷ୍ମୀ’ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ପରିବହନ ସୁବିଧା ଯୋଗାଇ ଦିଆଯିବ। ଏନେଇ ବୁଧବାର ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ। ବ୍ଲକ ମୁଖ୍ୟାଳୟରୁ ପ୍ରତି ପଞ୍ଚାୟତକୁ ଚାଲିବ ମୋ ବସ୍‌।

prayash

ମିଳିଥିବା ସୂଚନା ମୁତାବକ, ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ରାଜ୍ୟର ୬ଟି ଜିଲ୍ଲାକୁ ହାତକୁ ନିଆଯାଇଛି। କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, କଳାହାଣ୍ଡି ଓ ଗଜପତି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଗଡ଼ିବ ମୋ ବସ୍। ପରବର୍ତ୍ତୀ ଅବସ୍ଥାରେ ରାଜ୍ୟର ସମସ୍ତ ପଞ୍ଚାୟତକୁ ମୋ ବସ୍‌ ଚାଲିବ।

Comments are closed.