www.samajalive.in
Sunday, December 7, 2025
26.1 C
Bhubaneswar

କୃଷି ମନ୍ତ୍ରୀଙ୍କ ଦ୍ୱାରା ‘ମୋ ବାଡ଼ି-ମୋ ବଗିଚା’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର : ଭୁବନେଶ୍ୱରକୁ ସବୁଜ ସୁନ୍ଦର କରିବା ସହ ତଟକା ଫଳ, ପନିପରିବା ଇତ୍ୟାଦି ନିଜ ବାରିରୁ ପାଇବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ‘ମୋ ବାଡ଼ି-ମୋ ବଗିଚା’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମଙ୍ଗଳବାର ଗଙ୍ଗନଗରସ୍ଥିତ କ୍ୱାଟର ନଂ- ୨/ଆର-୩୨ ପରିସରରେ ଫଳଗଛ ଚାରା ରୋପଣ କରି ଏହାର ଶୁଭାରମ୍ଭ କରିଛନ୍ତି।
ଚଳିତ ବର୍ଷ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଭୁବନେଶ୍ୱର ସହରର ଏକ ହଜାର ସରକାରୀ ବାସଭବନରେ ୨ଟି ଆମ୍ବ, ୨ଟି ପଣସ ଓ ୨ଟି ବେଲ ଚାରା ସହ ପନିପରିବା ପୁଡ଼ିଆ ଓ ଖତସାର ଇତ୍ୟାଦି ବଣ୍ଟନ କରିବା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଭୁବନେଶ୍ୱରର ସରକାରୀ କ୍ୱାଟରଗୁଡ଼ିକରେ ଥିବା ଖାଲି ଜାଗାରେ ଫଳଗଛ ଲଗାଇବା ଦ୍ୱାରା ପରିବେଶ ସନ୍ତୁଳନ ସହିତ ଗଛର ଛାଇ ଓ ସୁସ୍ୱାଦୁ ଫଳ ପାଇହେବ। ରାଜ୍ୟ ସରକାରଙ୍କ ଏହି ଯୋଜନାରେ ଫଳଗଛ ଚାରା ଯଥା ଆମ୍ବ, ପଣସ ଓ ବେଲ ଚାରା ସହ ପନିପରିବା ମଂଜି କିଟ୍‍ ଏବଂ ଜୈବିକ ସାର ଓ ଔଷଧ ତଥା ରୋପଣ ବିଧିର ପୁସ୍ତିକା ବିନାମୂଲ୍ୟରେ ଯୋଗାଇଦେବାର ବ୍ୟବସ୍ଥା ରହିଛି। ତେଣୁ ସରକାରଙ୍କ ଏହି ପ୍ରୟାସରେ ସମସ୍ତଙ୍କୁ ଭାଗୀଦାର ହେବା ପାଇଁ ମନ୍ତ୍ରୀ ଡ. ସାହୁ ଆହ୍ୱାନ ଦେବା ସହିତ ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରକୁ ସବୁଜ ସୁନ୍ଦର କରି ଗଢ଼ି ତୋଳିବାରେ ସହାୟକ ହେବ ବୋଲି କହିଛନ୍ତି। ଏହି ଅବସରରେ ଜନସାଧାରଣଙ୍କ ମଧ୍ୟରେ ବୃକ୍ଷରୋପଣ ତଥା ଫଳଗଛ ଲଗାଇବା ଦିଗରେ ସଚେତନତା ବୃଦ୍ଧି କରିବା ପାଇଁ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ପ୍ରଚାରଗାଡ଼ିକୁ ମନ୍ତ୍ରୀ ଡ. ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ମୃର୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡାଙ୍କ ସମେତ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories