www.samajalive.in
Saturday, December 6, 2025
15.1 C
Bhubaneswar

ପ୍ରବାସୀ ଶ୍ରମିକଙ୍କୁ ମନରେଗା ଭେଳିକି, ଶ୍ରମିକଙ୍କ ବଦଳରେ ମେସିନ କରୁଛି କାମ

ବ୍ରହ୍ମପୁର : ଗଞ୍ଜାମକୁ ଫେରିଥିବା ଲକ୍ଷାଧିକ ଶ୍ରମିକଙ୍କୁ କାମ ଯୋଗାଇ ଦେବାକୁ ପ୍ରଶାସନିକସ୍ତରରେ ଯୋଜନା ହୋଇଛି। ହେଲେ କାର୍ଯ୍ୟସ୍ଥଳରେ ଶ୍ରମିକଙ୍କ ବଦଳରେ ମେସିନ କାମ କରୁଛି। ଗ୍ରାମାଞ୍ଚଳରେ ମନରେଗାରେ ଚାଲିଥିବା ଦୁର୍ନୀତି ଯୋଗୁ ଲୋକଙ୍କ ବଦଳରେ ମେସିନ ଗାତ ଖୋଳି ଟଙ୍କା ମଧ୍ୟ ଖାଇଯାଉଛି।

ଗତ ୩ ମାସ ଭିତରେ ସୁରତ, ତଳମିଲନାଡୁ, କେରଳ, ଦିଲ୍ଲୀ ଭଳି ସହରରୁ ଗଞ୍ଜାମ ଜିଲାକୁ ପ୍ରାୟ ଅଢେଲ ଲକ୍ଷ ଶ୍ରମିକ ଫେରିଛନ୍ତି। ଏହି ଶ୍ରମିକମାନେ ସେଠାରେ ରୋଜଗାର ଛାଡି ଆସିଥିବାରୁ ସେମାନଙ୍କୁ କାମ ଯୋଗାଇଦେବାକୁ ଜିଲାରେ ଚାଲିଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ଅଧିକରୁ ଅଧିକ ଶ୍ରମ ଦିବସ ସୃଷ୍ଟି ପାଇଁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ପଦକ୍ଷେପ ନିଆଯାଇଛି। ପୋଖରୀ ଖନନ, ରାସ୍ତା ନିର୍ମାଣ ଭଳି ବହୁ କାମ ହାତକୁ ନିଆଯାଇଛି। କିଛି ପ୍ରବାସୀଙ୍କ ପାଇଁ ନୂତନ ଜବକାର୍ଡ ମଧ୍ୟ ତିଆରି କରାଯାଇଛି। ହେଲେ ଜିଲାର ବିଭିନ୍ନ ପଞ୍ଚାୟତରେ ମନରେଗାରେ ଯେଉଁ ଦୁର୍ନୀତି ସାମ୍ନାକୁ ଆସିଛି ତାହା ଶ୍ରମିକଙ୍କୁ ଉପହାସ କଲା ଭଳି ଲାଗୁଛି। ଯେଉଁଠି ଶ୍ରମିକ କାମ କରିବା କଥା ସେଠି ମେସିନ ଲଗାଇ ମାଟି ଖୋଳାଯାଉଛି। ଯେଉଁ କାମ ୧୫ ଦିନରେ ଶେଷ ହେବା କଥା ସେହି କାମକୁ ରାତାରାତି ସାରି ଦିଆଯାଉଛି। ଆଉ ଶ୍ରମିକଙ୍କ ଟଙ୍କାକୁ ମିଳିମିଶି ଚଳୁ କରାଯାଉଛି।

- Advertisement -

ଗତ ଏକ ମାସ ଭିରେ ଗଞ୍ଜାମରେ ଏହି ଦୁର୍ନୀତିର ଏକାଧିକ ଚିତ୍ର ସାମ୍ନାକୁ ଆସିଛି। ଜିଲାର ଜଗନ୍ନାଥପ୍ରସାଦ ପଞ୍ଚାୟତରେ ୨ ଦିନ ତଳେ ଏକ ମନରେଗା କାର୍ଯ୍ୟରେ ଜେସିବି ମେସିନ ଓ ଟ୍ରାକ୍ଟର ଲଗାଇ ମାଟି ଖୋଳାଯାଉଥିବା ବେଳେ ଅଭିଯୋଗ ହେବାରୁ ସେଠାରେ ତହସିଲଦାର ଚଢଉ କରି ମେସିନକୁ ଜବତ କରିଥିଲେ। ସେହିପରି ଜୁନ ୨୩ ତାରିଖରେ ପ୍ରତାପୁର ପଞ୍ଚାୟତରେ ମନରେଗା କାମରେ ରାତିରେ ମେସିନ ଲଗାଇ କାମ କରାଯାଉଥିବା ଅଭିଯୋଗ ହୋଇଥିଲା। ଜୁନ ୧୮ ତାରିଖରେ ପାତ୍ରପୁର ବ୍ଳକର ଶ୍ରୀରାମପୁର ଠାରେ ୭ କ୍ଷ ଟଙ୍କା ବ୍ୟୟରେ ବାଘୁଆ ନାଳ ଠାରୁ ସାରଥୀ ସାଗର ରାସ୍ତାରେ ମନରେଗା ଯୋଜନାରେ ହେଉଥିବା ଏକ କଲଭର୍ଟ ନିର୍ମାଣ ବେଳେ ଶ୍ରମିକ ବଦଳରେ ଜେସିବି ମେସିନ ଲଗାଇ କାମ କରାଯାଉଥିବା ଅଭିଯୋଗ ହୋଇଥିଲା। ସେହିପରି ଗାୟାଗଣ୍ଡା ପଞ୍ଚାୟତରେ ନବଗେଚ୍ଛା ଗାଁ ଠାରୁ ବୁଡୁରୁଙ୍ଗୁ ପର୍ଯ୍ୟନ୍ତ ଏକ ରାସ୍ତା ନିର୍ମାଣ ପାଇଁ ମନରେଗାରେ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ସେହି ରାସ୍ତା ନିର୍ମାଣ କରାଯାନଯାଇ ଅର୍ଥ ଚଳୁ କରିଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ଗ୍ରାମାବସୀଙ୍କ ପକ୍ଷରୁ ଅଭିଯୋଗ ପରେ ଜଣେ ଯନ୍ତ୍ରୀ ଘଟଣାସ୍ଥଳକୁ ଯାଇ ତଦନ୍ତ ମଧ୍ୟ କରିଥିଲେ।

ଏଠାରେ କହିବା ବାହୂଲ୍ୟ ପ୍ରବାସୀଙ୍କୁ କାମ ଯୋଗାଇଦେବାକୁ ସରକାର ସମସ୍ତ ପ୍ରକାର ଉଦ୍ୟମ ଚଳାଉଥିବା ବେଳେ ପଞ୍ଚାୟତ ତଥା ବ୍ଳକସ୍ତରରେ ଥିବା ସରକାରୀ କର୍ମଚାରୀଙ୍କ ଦୁର୍ନୀତିଖୋର ମନୋଭାବ ଶ୍ରମିକଙ୍କୁ ବେରୋଜଗାର କରି ରଖିଛି। ଯାହାର ଫଳସ୍ୱରୂପ ସୁରତରୁ ଗଞ୍ଜାମକୁ ଫେରିଥିବା ଶ୍ରମିକମାନେ ପୁଣିଥରେ ସୁରତ ଯିବାକୁ ସଜବାଜ ହେଲେଣି। ମନରେଗା କାମ ପଞ୍ଚାୟତସ୍ତରରେ ପରିଚାଳନା କରାଯାଉଥିବା ବେଳେ ଏଥିପାଇଁ ଗାଁ ସାଥୀ, ଜିଆରଏସ ନିଯୁକ୍ତି ସହ ବ୍ଳସ୍ତରରେ ସହକାରୀ ପ୍ରକଳ୍ପ ପରିଚାଳକ ନିଯୁକ୍ତି କରାଯାଇଛି। ହେଲେ ଅନେକ ଜବକାର୍ଡଧାରୀଙ୍କ ବ୍ୟାଙ୍କ ଖାତା ଏପରିକି ଏଟିଏମ କାର୍ଡକୁ ପଞ୍ଚାୟତରେ ମନେରେଗା ଦାୟିତ୍ୱରେ ଥିବା ଗାଁ ସାଥି ଓ ଜିଆରଏସଙ୍କ ପାଖରେ ରହୁଛି। ମେସିନ ଲଗାଇ କାମ କରିବା ପରେ ସେହି ଶ୍ରମିକଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଆସିବା ପରେ ତାକୁ ଚଳୁ କରିଦିଆଯାଉଛି। ବେଳେବେଳେ କାମ କରିନଥିବା ଜବକାର୍ଡଧାରୀଙ୍କୁ ଅଳ୍ପ କିଛି ଟଙ୍କା ଧରାଇ ଦେଇ ସେମାନଙ୍କୁ ଚୁପ କରିଦିଆଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories