www.samajalive.in
Saturday, December 6, 2025
14.1 C
Bhubaneswar

ଶୋଇଥିବା ଅବସ୍ଥାରେ ମଶାରି ଭିତରେ ପଶିଲା ସାପ ; ରକ୍ଷା ପାଇଲେ ୨ ଶ୍ରମିକ

ଭୁବନେଶ୍ୱର : କଥାରେ ଅଛି ରଖେ ହରି ମାରେ କିଏ। ଏଭଳି ଏକ ଘଟଣା ଭୁବନେଶ୍ୱର ଉପକଣ୍ଠ ଉତ୍ତରାଛକ ନିକଟରେ ଘଟିଥିବା ମଙ୍ଗଳବାର ଜଣାପଡ଼ିଛି।
ଉତ୍ତରାଛକ ନିକଟସ୍ଥ ଶଙ୍କର ମୁଦୁଲିଙ୍କ ଫାର୍ମ ହାଉସରେ ଗତକାଲି କିଛି ନିର୍ମାଣ ଶ୍ରମିକ ଶୋଇଥିଲେ । ଅଲେଖ ପ୍ରଧାନ ଓ ଶରତ ନାୟକ । ଅଲେଖ ଓ ଶରତ ଏକ ମଶାରୀ ଟାଣି ତା ଭିତରେ ଶୋଇଥିଲେ । ବିଳମ୍ବିତ ରାତି ପ୍ରାୟ ୨ ଟା ବେଳେ ଶରତ ନାୟକଙ୍କ ଦେହରେ କଣ ଗୋଟେ ଚାଲିଗଲା ଯାହା ତାଙ୍କୁ ଥଣ୍ଡା ଲାଗିଲା । ହାତରେ ଠେଲି ଦେବାବେଳେ ସୁ ସୁ ଗର୍ଜନ ଶୁଣି ସେ କାଳ ବିଳମ୍ବ ନକରି ବିକଳରେ ମଶାରୀ ବାହାରକୁ ପଳେଇ ଆସିଲେ । ତାଙ୍କ ଡାକ ଶୁଣି ଅଲେଖ ପ୍ରଧାନ ମଧ୍ୟ ସଂଗେ ସଙ୍ଗେ ମଶାରୀ ଭିତରୁ ବାହାରି ଗଲେ । ଲାଇଟ ଲଗେଇ ଦେଖିଲେ ଏକ ୪ ଫୁଟ ଲମ୍ବର ନାଗ ସାପ ମଶାରୀ ଭିତରେ ଫଣା ଟେକି ବସିଛି । ଉଭୟ ଅଲେଖ ଓ ଶରତ ଅନ୍ୟମାନଙ୍କୁ ଉଠେଇଲେ ଏବଂ ମଶାରୀ ଚାରିପଟେ ଇଟା ଦେଇ ସାପ ବାହାରିବାର ବାଟ ବନ୍ଦ କରିଦେଲେ । ଫାର୍ମ ହାଉସର ମାଲିକ ଆସି ଘଟଣା ଦେଖିବା ପରେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅରୁଣ ବରାଳ ସକାଳୁ ନାଗ ସାପଟିକୁ ଉଦ୍ଧାର କରିଥିଲେ । ସାପଟିକୁ ଯଥେଷ୍ଟ ଦୂରରେ ତାର ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି । ସ୍ନେକ ହେଲ୍ପ ଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କୁହନ୍ତି “ଆମେ ସେହି ଲୋକ ମାନଙ୍କୁ ଚଟାଣରେ ନଶୋଇ ଖଟ ଉପରେ ଶୋଇବାକୁ ସଚେତନ କରିଛୁ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories