www.samajalive.in
Friday, December 12, 2025
27.1 C
Bhubaneswar

ସହକର୍ମୀଙ୍କୁ ବଳାତ୍କାର; ବହୁରାଷ୍ଟ୍ରୀୟ କମ୍ପାନୀର ଦୁଇ କର୍ମଚାରୀ ଗିରଫ

ନୂଆଦିଲ୍ଲୀ : ଶନିବାର ରାତିରେ ପଶ୍ଚିମ ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀ(ଏମ୍‍ଏନ୍‍ସି)ର ଦୁଇ ଜଣ କର୍ମଚାରୀ ଜଣେ ମହିଳା ସହକର୍ମୀଙ୍କୁ ଘରେ ଛାଡ଼ିଦେବାକୁ କହି ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ବଳାତ୍କାର ପୂର୍ବରୁ ସେମାନେ ନିଜ ଗାଡ଼ି ଭିତରେ ସହକର୍ମର୍ୀଙ୍କୁ ନିଶାଯୁକ୍ତ ମୃଦୁ ପାନୀୟ ପିଆଇ ରାସ୍ତାରେ ବୁଲିବୁଲି ବଳାତ୍କାର କରିଥିଲେ। ପରେ ସେମାନେ ଦକ୍ଷିଣ ଦିଲ୍ଲୀର ବସନ୍ତକୁଞ୍ଚଠାରେ ଛାଡ଼ି ପଳାଇଥିଲେ। ନିଶା ଛାଡ଼ିବା ପରେ ମହିଳା ଜଣଙ୍କ ଘରେ ପହଞ୍ଚି ସବୁ ଜଣାଇବା ପରେ ଥାନାରେ ଅଭିଯୋଗ କରିଥିବା ପ୍ରକାଶ। ଅଭିଯୁକ୍ତ ଦୁଇ ଜଣଙ୍କ ନାମ ବିର୍ଜୁ(୨୫) ଓ ବିନୋଦ କୁମାର(୩୧) ବୋଲି ପୀଡ଼ିତା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ପୁଲିସ ଦୁଇ ଅଭିଯୁକ୍ତଙ୍କୁ ସେମାନଙ୍କ ଘରୁ ଗିରଫ କରିବା ସହ ପୀଡ଼ିତାଙ୍କର ଡାକ୍ତରୀ ମାଇନା କରାଇଛି ଓ ଏଥିରୁ ବଳାତ୍କାରର ପ୍ରମାଣ ମିଳିଥିବା କହିଛି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories