www.samajalive.in
Friday, December 12, 2025
27.1 C
Bhubaneswar

ପ୍ରଧାନବିଚାରପତିଙ୍କୁ ସମ୍ମାନ ଜଣାଇ ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ କଲେ ଜଷ୍ଟିସ ରମଣ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ ନିଜର ସହଯୋଗୀମାନଙ୍କୁ କାର୍ଯ୍ୟ ଦିବସରେ ଛୁଟିନେଇ କୌଣସି ଉତ୍ସବାନୁଷ୍ଠାନ ବା ଆଲୋଚନାଚକ୍ରରେ ଯୋଗଦେବାକୁ ବାରଣ କରିବା ପରେ ପ୍ରଥମେ ଏହାକୁ ପାଳନ କରିଛନ୍ତି ଜଷ୍ଟିସ ଏନ୍‍.ଭି ରମଣ। ପ୍ରଧାନ ବିଚାରପତିଙ୍କୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଜଷ୍ଟିସ ରମଣ ରାଜ୍ୟଗୋଷ୍ଠୀ ବିଚାର ବିଭାଗୀୟ ଶିକ୍ଷା ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ଏକ ଆନ୍ତର୍ଜାତିକ ଆଲୋଚନାଚକ୍ରରେ ଯୋଗଦେବାକୁ ମନା କରିଦେଇଛନ୍ତି। ଏ କ୍ଷେତ୍ରରେ ସେ ପ୍ରଧାନ ବିଚାରପତିଙ୍କ ନିବେଦନ ରକ୍ଷାକ୍ଷେତ୍ରରେ ନୂଆ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ଆସନ୍ତା ନଭେମ୍ବର ୧୫ରୁ ୧୮ ପର୍ଯ୍ୟନ୍ତ ପୋର୍ଟ ଅଫ ସ୍ପେନ୍‍, ତ୍ରିନିଦାଦ୍‍ ଓ ଟବାଗୋଠାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଜଷ୍ଟିସ ରମଣ ପ୍ରଶିକ୍ଷକ ଭାବେ ଯୋଗଦେବାକୁ ନିମନ୍ତ୍ରଣ ଆସିଥିଲା। ଏହି ପ୍ରତିଷ୍ଠାନ ହେଉଛି ରାଜ୍ୟଗୋଷ୍ଠୀ ଦେଶସମୂହ ଦ୍ୱାରା ପରିଚାଳିତ ଏକ ସ୍ୱେଚ୍ଛାସେବୀ ସଂସ୍ଥା; ଯାହା ଏହି ଦେଶଗୁଡ଼ିକ ମଧ୍ୟରେ ବିଚାର ବିଭାଗୀୟ ସମ୍ପର୍କ ସ୍ଥାପନ ସହ ସଂସ୍କାର ଆଣିବା କ୍ଷେତ୍ରରେ କାର୍ଯ୍ୟ କରିଥାଏ।
ଅକ୍ଟୋବର ୩ରେ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେବାବେଳେ ଜଷ୍ଟିସ ଗୋଗଇ ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ଦେଶର ସମସ୍ତ ହାଇକୋର୍ଟ ଓ ନିମ୍ନ ଅଦାଲତ ବିଚାରପତିଙ୍କୁ ମାମଲା ବୋଝ ହ୍ରାସ କରିବା ଉଦ୍ଦେଶ୍ୟରେ ଏଭଳି ନିବେଦନ କରିଥିଲେ। ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ଭାବେ ହାଇକୋର୍ଟଗୁଡ଼ିକର ପରିଚାଳନାରେ ହସ୍ତକ୍ଷେପ କରିବା ଅଧିକାର ନଥିଲେ ମଧ୍ୟ ପ୍ରଧାନ ବିଚାରପତି ନୈତିକ ଦାୟିତ୍ୱବୋଧ ଦୃଷ୍ଟିରୁ ଏଭଳି ନିବେଦନ କରିଥିବା ଜଣାଯାଏ।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories