www.samajalive.in
Friday, December 12, 2025
14.1 C
Bhubaneswar

ସାବରିମାଳା ମନ୍ଦିରରେ ପ୍ରବେଶ କରିବାକୁ କହି ଶିକ୍ଷୟିତ୍ରୀ ଅଡୁଆରେ

କନ୍ନୁର : କେରଳର ଜଣେ ୩୨ ବର୍ଷ ବୟସ୍କା ଶିକ୍ଷୟିତ୍ରୀ ରେଶମା ନିଶାନ୍ତ ସାବରିମାଳା ମନ୍ଦିରରେ ପ୍ରବେଶ କରିବେ ବୋଲି ସାମାଜିକ ଗଣମାଧ୍ୟମ ଫେସ୍‍ବୁକ୍‍ରେ ଉଲ୍ଲେଖ କରି ଅଡୁଆରେ ପଡିଯାଇଛନ୍ତି। ଏହି ବାର୍ତ୍ତା ପଢିବା ପରେ ହିନ୍ଦୁ ସଂଗଠନର କିଛି ଲୋକ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ଘେରାଉ କରିଥିବା ଜଣାପଡିଛି। ତଥାପି ଏଥିପ୍ରତି ଭ୍ରୂକ୍ଷେପ ନ କରି କନ୍ନୁର ନିବାସୀ ରେଶମା ଫେସ୍‍ବୁକ୍‍ରେ ଲେଖିଛନ୍ତି ଯେ ସୁପ୍ରିମକୋର୍ଟ ଏହି ମନ୍ଦିରରେ ୧୦ରୁ ୫୦ ବର୍ଷ ବୟସ୍କା ମହିଳାଙ୍କୁ ପ୍ରବେଶ ଅନୁମତି ଦେଇଥିବାରୁ ସେ ମନ୍ଦିର ଦର୍ଶନ କରିବାକୁ ବ୍ୟଗ୍ର। ରେଶମା ଏ ସମ୍ବନ୍ଧୀୟ ନିଜର ପ୍ରଥମ ବାର୍ତ୍ତାରେ ଲେଖିଥିଲେ ଯେ ବୁଧବାର ମାସିକିଆ ପୂଜା ନିମନ୍ତେ ମନ୍ଦିର ଖୋଲିବା ପରେ ସେ ଏହାର ୧୮ତମ ପାହାଚ ପର୍ଯ୍ୟନ୍ତ ଚଢିବେ। ମାତ୍ର ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ନ ଦେବା ଲାଗି ହିନ୍ଦୁ ସଂଗଠନର ସଦସ୍ୟମାନେ ତାଙ୍କ ଘରକୁ ଘେରିଯାଇ ସ୍ଲୋଗାନ ଦେଇଛନ୍ତି।

Hot this week

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

Related Articles

Popular Categories