ଡେସ୍କ: ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନେତୃତ୍ୱରେ ବିଧାୟକମାନେ ଚିଲିକା ଗସ୍ତ କରିଛନ୍ତି। ବିଧାୟକମାନେ କାଳିଜାଇ ଦର୍ଶନ କରିବା ସହ ନୌସେନାର ସମରାଭ୍ୟାସ ଦେଖିବେ। ସେମାନେ ସଂଧ୍ୟାରେ ଭୁବନେଶ୍ୱର ଫେରି ଆସିବାର କାର୍ଯ୍ୟକ୍ରମ ରହିଛି। ଆଜି ସକାଳେ ବିଧାୟକମାନେ ବିଧାନସଭା ପରିସରରେ ପହଂଚିବା ପରେ ୪ଟି ସ୍ୱତନ୍ତ୍ର ବସରେ ଚିଲିକା ଅଭିମୁଖେ ଗସ୍ତ କରିଥିଲେ। ୨୦୨୦ ମସିହାରେ ବିଧାୟକମାନେ ପାରାଦୀପ ବନ୍ଦରକୁ ଗସ୍ତରେ ଯାଇଥିଲେ।
Popular Categories



