www.samajalive.in
Monday, December 15, 2025
26.1 C
Bhubaneswar

ଏମ୍‌କେସିଜିରେ ପ୍ରଥମ ବିରଳ ​ଅସ୍ତ୍ରୋପଚାର: ମେରୁଦଣ୍ଡରୁ ବାହାରିଲା ଟ୍ୟୁମର

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସପିଟାଲ ନ୍ୟୁରୋ ସର୍ଜରୀ ବିଭାଗରେ ଜଣେ ୫୦ ବର୍ଷୀୟ ରୋଗୀଙ୍କ ମେରୁଦଣ୍ଡରେ ଥିବା ଟ୍ୟୁମରର ସଫଳ ଅସ୍ତ୍ରୋପଚାର କରାଯାଇଛି। ପୂର୍ବରୁ ମେରୁଦଣ୍ଡରେ କୌଣସି ​ଅସ୍ତ୍ରୋପଚାର ପାଇଁ ଦକ୍ଷିଣ ଓଡ଼ିଶାର ରୋଗୀଙ୍କୁ ଆନ୍ଧ୍ରପ୍ରଦେଶ, କଟକ ଓ ଭୁବନେଶ୍ବର ଉପରେ ନିର୍ଭର କରିବାକୁ ପଡୁଥିଲା; ହେଲେ ଏମକେସିଜିରେ ନ୍ୟୁରୋ ସର୍ଜରୀ ବିଭାଗ ସକ୍ରିୟ ହେବା ପରେ ଏଣିକି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ମେରୁଦଣ୍ଡ ଅସ୍ତ୍ରୋପଚାର ହୋଇପାରୁଛି। ପୂର୍ବରୁ ଏହି ବିଭାଗ ପକ୍ଷରୁ ବ୍ରେନ ଟ୍ୟୁମର ଅସ୍ତ୍ରୋପଚାର ସଫଳ ଭାବେ କରାଯାଇସାରିଛି।
ସୂଚନାପ୍ରକାରେ, ରାୟଗଡ଼ା ଜିଲା କାଶୀପୁର ବ୍ଲକର ଅଣ୍ଡିରାକଞ୍ଚ ଗ୍ରାମର ଚାଷୀ ବୈଦ ନାଏକ(୫୦)ଙ୍କ ଶରୀରରେ ୩ ମାସ ହେଲା ଏକାଧିକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା ା ତାଙ୍କ ଗୋଡ ଦରଜ ହେବା ସହ ଶରୀରର ବାମପଟ ଥରୁଥିଲା। ପରବର୍ତ୍ତୀ ସମୟରେ ଚାଲିବା ସମ୍ଭବ ହୋଇନଥିଲା। ସେ ସ୍ଥାନୀୟ ଚିକିତ୍ସାଳୟକୁ ଯାଇ ଚିକିତ୍ସିତ ହୋଇଥିଲେ ମଧ୍ୟ କୌଣସି ଠୋସ କାରଣ ଜଣାପଡ଼ି ନଥିଲା ା ସମ୍ପର୍କୀୟମାନେ ତାଙ୍କୁ କୋରାପୁଟସ୍ଥିତ ମେଡିକାଲ କଲେଜରେ ଭର୍ତ୍ତି କରାଇଥିଲେ। ସେଠାରେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଅଗଷ୍ଟ ମାସରେ ବୈଦ୍ୟ ଏମକେସିଜିକୁ ଆସିଥିଲେ।

ଚାଲିବାରେ ଅସମର୍ଥ ଯୋଗୁଁ ତାଙ୍କୁ ମେଡିସିନ୍‌ ବିଭାଗରେ ଚିକିତ୍ସା ଆରମ୍ଭ କରାଯାଇଥିଲା। ସେହି ବିଭାଗର ଡାକ୍ତରମାନେ ତାଙ୍କୁ ନ୍ୟୁରୋ ସର୍ଜରୀ ବିଭାଗକୁ ପଠାଇଥିଲେ ା ନ୍ୟୁରୋ ସର୍ଜରୀ ବିଭାଗ ମୁଖ୍ୟ ଡା. ରବିନାରାୟଣ ପଣ୍ଡାଙ୍କ ନେତୃତ୍ବରେ ଚିକିତ୍ସା ଆରମ୍ଭ କରାଯାଇଥିଲା। ପରୀକ୍ଷା ପରେ ରୋଗୀଙ୍କ ମାସନ୍ସହେମାଗ୍ଲୋମାରେ ଆକ୍ରାନ୍ତ ଥିବା ଜାଣିବାକୁ ପାଇଥିଲେ। ସାଧାରଣତଃ ଏହି ରୋଗରେ ‌ମେରୁଦଣ୍ଡ‌ରେ ଟ୍ୟୁମର ହୋଇଯାଇଥାଏ। ଯାହାକି ଶରୀରର ଅନ୍ୟ ଅଂଶର ଚଳପ୍ରଚଳକୁ ପ୍ରଭାବିତ କରିଥାଏ। ଏହି ଟ୍ୟୁମର ପାଇଁ ଚାଲିବା ବନ୍ଦ ହୋଇଯାଇଥିଲା ା ଶୁକ୍ରବାର ୫ଜଣିଆ ଡାକ୍ତର ଦଳ ତିନି ଘଣ୍ଟାର ଅସ୍ତ୍ରୋପଚାର କରି ବୈଦ୍ୟଙ୍କ ଶରୀରରୁ ଚାରି ଇଞ୍ଚର ମାଂସ ପିଣ୍ଡୁଳା ବାହାର କରିଥିଲେ। ଏଥିରେ ବିଭାଗର ଡାକ୍ତର ଦେବଦତ୍ତ ସେନାପତି, ଡା. ତୁଷାରକାନ୍ତ ରଥ, ଡା. ଦେବଶ୍ରୀ ମହାରଣାଙ୍କ ସହ ନିଶ୍ଚେତକ ବିଭାଗର ବରିଷ୍ଠ ଡାକ୍ତର ସାମିଲ ଥିଲେ। ବର୍ତ୍ତମାନ ବୈଦଙ୍କୁ ଡାକ୍ତରମାନେ ପର୍ଯ୍ୟବେକ୍ଷଣରେ ରଖିଛନ୍ତି ା ଆଗାମୀ ସପ୍ତାହରେ ତାଙ୍କୁ ଏମକେସିଜିରୁ ଛାଡ଼ କରାଯିବ ବୋଲି ସୂଚନା ମିଳିଛି ା

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories