www.samajalive.in
Friday, December 12, 2025
26.1 C
Bhubaneswar

ଏମକେସିଜିରୁ ଶିଶୁ ବିକ୍ରି ଅଭିଯୋଗ, ପୁଲିସର ତଦନ୍ତ ଆରମ୍ଭ

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସପିଟାଲ ପ୍ରସୂତି ବିଭାଗରୁ ଏକ ଶିଶୁକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଖବରପାଇ ଚାଇଲ୍ଡଲାଇନ ତନାଘନା ଜାରି ରଖିଥିବା ବେଳେ ଆଜି କୋଦଳା ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ଗଞ୍ଜାମ ଜିଲା କୋଦଳା ଥାନା ଅଞ୍ଚଳର ଜଣେ ୩୨ ବର୍ଷିୟା ଆସନ୍ନ ପ୍ରସବା ମହିଳା ୧୮ ତାରିଖରେ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେହିଦିନ ମହିଳା ଜଣଙ୍କ ଏକ ଶିଶୁପୁତ୍ରକୁ ଜନ୍ମ ଦେବା ପରେ ପ୍ରସୂତି ବିଭାଗରେ ଥିଲେ। ହେଲେ ସେଠାରେ ଥିବା କିଛି ଜଣ ଶିଶୁପୁତ୍ରଟିକୁ ବିକ୍ରି କରିବା ପାଇଁ ମହିଳାଙ୍କୁ ଆଶା ଦେଖାଇଥିଲେ। ଏଥିପାଇଁ ମୋଟା ଅଙ୍କର ଟଙ୍କା ମଧ୍ୟ ଯାଚିଥିଲେ।

ଏହି ଖବର ଚାଇଲ୍ଡଲାଇନ ପାଖରେ ପହଞ୍ଚିଥିଲା। ଚାଇଲ୍ଡଲାଇନର ନିର୍ଦେଶକ ସୁଧୀର ସାବତଙ୍କ ନିର୍ଦେଶ ପ୍ରକାରେ ସଂଯୋଜକ ଓ ପ୍ରସୂତି ବିଭାଗକୁ ଯାଇ ସଂପୃକ୍ତ ମହିଳାଙ୍କୁ ପଚରାଉଚରା କରିଥିଲେ। ହେଲେ ମହିଳା ଜଣଙ୍କ ଶିଶୁପୁତ୍ର ବିକ୍ରି ଘଟଣାକୁ ଖଣ୍ଡନ କରିବା ସହ ଏହା ମିଥ୍ୟା ଖବର ବୋଲି କହିଥିଲେ। କିନ୍ତୁ ଉକ୍ତ ମହିଳାଙ୍କ କଥାବାର୍ତ୍ତା ଓ ବ୍ୟବହାରରେ ସନ୍ଦେହ ସୃଷ୍ଟି ହୋଇଥିଲା। ଘଟଣା ସମ୍ପର୍କରେ ଚାଇଲ୍ଡ ଲାଇନ ପକ୍ଷରୁ ପ୍ରସୂତି ବିଭାଗ କର୍ମକର୍ତ୍ତାଙ୍କୁ ସୂଚନା ଦିଆଯିବା ସହ ତାଙ୍କ ଉପରେ ନଜର ରଖିବାକୁ କୁହାଯାଇଥିଲା। ହେଲେ ରାତିରେ ମହିଳା ଜଣଙ୍କ ସେଠିକାର ଜଣେ ବ୍ୟକ୍ତିଙ୍କୁ ଶିଶୁପୁତ୍ରକୁ ହସ୍ତାନ୍ତର କରି କେଉଁଆଡେ ଉଭାନ ହୋଇଯାଇଥିବା ଖବର ମିଳିଥିଲା। ତେଣୁ ଶିଶୁପୁତ୍ରଟିକୁ ବିକ୍ରି କରାଯାଇଥିବା ଚାଇଲ୍ଡଲାଇନ ସନ୍ଦେହ କରିଥିଲା। ଏ ନେଇ ଚାଇଲ୍ଡଲାଇନ ପକ୍ଷରୁ ଜିଲା ଶିଶୁ ମଙ୍ଗଳ କିମଟିକୁ ଲିଖିତ ଭାବେ ଅବଗତ କରାଯିବା ସହ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜଣାଯାଇଥିଲା। ମେଡିକାଲରେ ତଦନ୍ତ ବେଳେ ମହିଳା ଜଣଙ୍କ ନିଜର ସମସ୍ତ ଠିକଣା ଭୁଲ ଦେଇଥିବା ଜଣାପଡ଼ିଥିଲା। ଆଜି ଚାଇଲ୍ଡଲାଇନ ପକ୍ଷରୁ କୋଦଳା ଅଞ୍ଚଳକୁ ଯାଇ ତଦନ୍ତ କରାଯାଇଥିବା ବେଳେ କେଦଳା ଥାନା ପକ୍ଷରୁ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି। ଆସନ୍ତା ୭ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଶିଶୁ ମଙ୍ଗଳ କମିଟି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories