www.samajalive.in
Friday, December 12, 2025
27.1 C
Bhubaneswar

ଚାଷ କାମ ସରିଲେ ପୁଣି ସୁରତ ଯିବୁ

ଖଲ୍ଲିକୋଟ: ଚାଷ କାମ ସରିବା ପରେ ପୁଣି ସୁରତ ଫେରିଯିବୁ। ଏଠାରେ କୌଣସି ପ୍ରକାର ସାଧନ ନଥିବାରୁ ବଞ୍ଚିବା ପାଇଁ ପୁନର୍ବାର ସୁରତ ଚାଲିଯିବୁ ବୋଲି ସୁରତରୁ ବିଭିନ୍ନ ବାଟରେ ଗଞ୍ଜାମ ଫେରି ସଂଗରୋଧ କାଳ କାଟିବା ପରେ ଏବେ ଘରକୁ ଫେରିଥିବା ଶ୍ରମିକମାନେ ମତବ୍ୟକ୍ତ କରିଛନ୍ତି। ଗୁଜୁରାଟରେ ମହାମାରୀ କରୋନାର ଭୟଙ୍କର ସଂକ୍ରମଣ ଦେଖି ଆତଙ୍କିତ ହେବା ସହ ସୂତାକଳ ସବୁ ବନ୍ଦ ହୋଇଯିବ ଯୋଗୁ ଦୀର୍ଘ ଦିନ ଧରି ସେଠାରେ ଭୋକଉପାସରେ ପଡି ରହି ଶେଷରେ କିଛି ଶ୍ରମିକ ଓଡିଶା ଆସିଥିବା ବେଳେ ଆଉ କିଛି ଶ୍ରମିକ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଟ୍ରେନ ଯୋଗେ ଭିଟାମାଟିକୁ ଫେରିଥିଲେ।

ଗତ ମେ ମାସ ୧ ତାରିଖରେ ଖଲ୍ଲିକୋଟ ବ୍ଲକକୁ ଫେରିଥିବା ସୁରତ ପ୍ରବାସୀମାନେ ୨୧ ଦିନିଆ ସଂଗରୋଧ ଅବଧି ଶେଷ କରିବା ପରେ ଗତକାଲି ସେମାନେ ନିଜ ନିଜ ଘରକୁ ଫେରିଛନ୍ତି। ଖଲ୍ଲିକୋଟ ବ୍ଲକ ଦାନପୁର ଗ୍ରାମର ୫୩ ଜଣ ପ୍ରବାସୀ ଓଡ଼ିଆ ସୁରତରୁ ଫେରି ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଡ଼ିମିରିଆ ପଞ୍ଚାୟତର ଗୁହାରିଆପାଟ ସଂଗରୋଧ କେନ୍ଦ୍ରରେ ୨୧ ଦିନିଆ ଅବଧି ଶେଷ କରି ଘରକୁ ଫେରିଛନ୍ତି। ଲକଡାଉନ ସମୟରେ ସୁରତରେ ସେମାନଙ୍କ ରହଣି କିପରି ଥିଲା ଏବଂ କ’ଣ ଖାଇ ବଞ୍ଚିଥିଲେ ସେ ସମ୍ପର୍କରେ କିଛି ପ୍ରବାସୀ ସେମାନଙ୍କ ଦୁଃଖ କାହାଣୀ ବର୍ଣ୍ଣନା କରିଛନ୍ତି। ରାଜ୍ୟ ବାହାରେ ଖଲ୍ଲିକୋଟବ୍ଲକର ୨୨ ହଜାର ୭୯ ପ୍ରବାସୀ ଓଡ଼ିଆ ଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୫ ହଜାର ୨୦୦ ଶ୍ରମିକ ଫେରି ବ୍ଲକର ୧୫୬ ଗୋଟି ସଂଗରୋଧ କେନ୍ଦ୍ରରେ ରହିଛନ୍ତି। ଖଲ୍ଲିକୋଟ ଏନଏସିର ୨ ଗୋଟି ସଂଗରୋଧ ଗୃହରେ ୧୧୭ ଜଣ ପ୍ରବାସୀ ଓଡ଼ିଆ ଅଛନ୍ତି।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories