ନିର୍ମାଣ ହେବ ମହିଳା କ୍ରିକେଟର ‘ମିତାଲି ରାଜ’ଙ୍କ ବାୟୋପିକ୍
ମୁମ୍ବଇ : ବଲିଉଡ଼ ଠାରୁ ଆରମ୍ଭ କରି ତେଲୁଗୁ, ତାମିଲ ପର୍ଯ୍ୟନ୍ତ ସବୁଆଡେ ଏବେ ବାୟୋପିକର ସୁଅ ଛୁଟିଛି। ରାଜନୈତିକ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି କ୍ରୀଡ଼ାବିତଙ୍କ ଜୀବନୀକୁ ନେଇ ଚଳଚ୍ଚିତ୍ରମାନ ନିର୍ମାଣ ହେବାରେ ଲାଗିଛି। ଗତ କିଛି ବର୍ଷହେବ କ୍ରୀଡାବିତଙ୍କ ଉପରେ ଭାଗ ମିଲଖା ଭାଗ୍, ଶୁରମା, ମେରି କମ୍, ଏମଏସ୍ ଧୋନି ଦି ଅନଟୋଲ୍ଡ ଷ୍ଟୋରୀ ଭଳି ଚଳଚ୍ଚିତ୍ରମାନ ନିର୍ମାଣ ହୋଇସାରିଛି। ଯାହାକୁ ଦର୍ଶକମାନେ ବେଶ୍ ପସନ୍ଦ ମଧ୍ୟ କରୁଥିବା ଦେଖାଯାଇଛି।
ସୂଚନା ମୁତାବକ, ମହିଳା କ୍ରିକେଟର ମିତାଲି ରାଜଙ୍କ ଉପରେ ଏକ ବାୟୋପିକ୍ ନିର୍ମାଣ ହେବାକୁ ଯାଉଛି। ଯେଉଁଥିରେ ‘ତାପସି ପନ୍ନୁ’ ମିତାଲି ରାଜଙ୍କ ଭୂମିକାରେ ନଜର ଆସିପାରନ୍ତି। ଚଳିତବର୍ଷ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ୧୯୮୩ ବିଶ୍ବକପର ହିରୋ କପିଲ ଦେବଙ୍କ ଜୀବନୀକୁ ନେଇ ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ରହିଛି। ଯେଉଁଥିରେ ରଣବୀର ସିଂହ କପିଲ ଦେବଙ୍କ ଚରିତ୍ରରେ ନଜର ଆସିବେ। ଯାହାର ନାମ ‘୮୩’ ରଖାଯାଇଛି। ସେହିଭଳି ଟେନିସ୍ ତାରକା ସାଇନା ନେହୱାଲଙ୍କ ଉପରେ ଏକ ବାୟୋପିକ ହେଉଛି। ଯେଉଥିରେ ପରିଣୀତି ଚୋପ୍ରା ସାଇନାଙ୍କ ଚରିତ୍ରରେ ଦେଖାଦେବେ।
Comments are closed.