www.samajalive.in
Saturday, December 6, 2025
17.1 C
Bhubaneswar

ରିଲିଜ୍‍ ହେଲା ‘ମିଶନ ମଙ୍ଗଳ’ର ପ୍ରଥମ ଟିଜର୍‍

ମୁମ୍ବଇ : ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ମିଶନ ମଙ୍ଗଳ’ର ପ୍ରଥମ ଟିଜର୍‍ ମଙ୍ଗଳବାର ରିଲିଜ୍‍ ହୋଇଛି। ୪୫ ସେକେଣ୍ଡର ଏହି ଟିଜରରେ ସମସ୍ତ କଳାକାରଙ୍କ ସମେତ ଚଳଚ୍ଚିତ୍ରର ବିଷୟବସ୍ତୁ ମଧ୍ୟ ଦେଖିବାକୁ ମିଳିଛି। ଭାରତ ମଙ୍ଗଳ ଗ୍ରହକୁ ପ୍ରଥମ ଯାନ ପ୍ରେରଣ କରିବା କାହାଣୀକୁ ନେଇ ଏହି ଚଳଚ୍ଚିତ୍ର ଗତିଶୀଳ ହୋଇଛି। ଚଳଚ୍ଚିତ୍ରରେ ଅକ୍ଷୟ ବୈଜ୍ଞାନିକ ରାକେଶ ଧାୱନ ଭୂମିକାରେ ଅବତୀର୍ଣ୍ଣ। ଟିଜରରେ ରାକେଶ ଏହି ମିଶନ ପାଇଁ ତାଙ୍କ ସମ୍ପୂର୍ଣ୍ଣ ଟିମ୍‍କୁ ନିର୍ଦ୍ଦେଶ ଦେଉଥିବା ଦେଖିବାକୁ ମିଳିଛି। ଅକ୍ଷୟଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ବିଦ୍ୟା ବାଲନ୍‍, ତାପସୀ ପନ୍ନୁ, ସୋନାକ୍ଷୀ ସିହ୍ନା, ଶରମନ ଜୋଶୀ, କୀର୍ତ୍ତି କୁହ୍ଲାରୀ, ନିତ୍ୟା ମେନନ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଜଗନ ଶକ୍ତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ୧୫ ଅଗଷ୍ଟରେ ମୁକ୍ତିଲାଭ କରିବ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories