www.samajalive.in
Wednesday, December 10, 2025
16.1 C
Bhubaneswar

କୋରାପୁଟ: ଗୋଟିଏ ଦିନରେ ୧୬୭୨ କିଲୋ ଗଞ୍ଜେଇ ସହ ୧୦ ଗାଡ଼ି ଜବତ, ୨୬ ଗିରଫ

କୋରାପୁଟ ଏସପି ମୁକେଶ ଭାମୁ ଆରମ୍ଭ କରିଛନ୍ତି ‘ମିଶନ କ୍ଲିନ୍’ । ଜିଲାରେ ଗଞ୍ଜେଇ କାରବାରର ମୂଳୋତ୍ପାଟନ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମରେ ଗୁରୁବାର ପୁଲିସକୁ ମିଳିଛି ବିପୁଳ ସଫଳତା । କେବଳ ଗୋଟିଏ ଦିନରେ ପୁଲିସ ୧୦ରୁ ଅଧିକ ଗାଡ଼ି ସହ ୧୭୫୦ କିଲୋ ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ପୁଲିସ ୨୬ ଜଣଙ୍କୁ ଗିରଫ କରିଛି ବୋଲି ଏସପି ଶ୍ରୀ ଭାମୁ ସୂଚନା ଦେଇଛନ୍ତି ।


ଗୁରୁବାର ଗିରଫ ହୋଇଥିବା ୨୬ ଜଣଙ୍କ ମଧ୍ୟରେ ଗାଁ ଗାଁରୁ ଗଞ୍ଜେଇ ସଂଗ୍ରହ କରୁଥିବା ବ୍ୟକ୍ତିଙ୍କ ସହ କିଛି ମଧ୍ୟସ୍ଥି ଓ ବ୍ୟବସାୟୀ ରହିଛନ୍ତି ।  କୋରାପୁଟ ଜିଲ୍ଲା ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ସମୂହ ଚଢ଼ାଉ କରାଯାଇ ଏତେ ପରିମାଣର ଗଞ୍ଜେଇ ଜବତ କରାଯାଇଛି ବୋଲି  ଆରକ୍ଷୀ ଅଧିକ୍ଷକ ଭାମୁ ଜଣାଇଛନ୍ତି ।  ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ଏହା ସମ୍ଭବ ହୋଇଛି ବୋଲି ସେ କହିଛନ୍ତି ।

- Advertisement -

ଗତ ଦଶମାସ ମଧ୍ୟରେ ଜିଲ୍ଲାରେ ପୋଲିସ ଦ୍ୱାରା ୫୫୦ ଏକର ଜମିରେ ରହିଥିବା ୧୯ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯିବା ସହ ଚୋରା ଚାଲାଣ କରାଯାଉଥିବା ୫୭ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇ ପାରିଛି ବୋଲି ଶ୍ରୀ ଭାମୁ କହିଛନ୍ତି । ଏହି ସମୟ ମଧ୍ୟରେ ମୋଟ ୧୧୨ଟି ଗଞ୍ଜେଇ ବୋଝେଇ ଗାଡ଼ି ଜବତ ହୋଇଛି ଓ ୨୦୩ ଜଣ ଗିରଫ ହୋଇଛନ୍ତି ବୋଲି ଶ୍ରୀ ଭାମୁ କହିଛନ୍ତି ।

Hot this week

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

Related Articles

Popular Categories