ସମ୍ବଲପୁର: ମହାନଦୀକୁ ଡେଇଁଥିବା ଯୁବକ ସୁରକ୍ଷିତ ଉଦ୍ଧାର। ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତି ଚାଉଁରପୁର ପୋଲ ଉପରୁ ଡେଇଁ ନିଖୋଜ ହୋଇଯାଇଥିଲେ। ପରେ ଭାସି ଆସି ଗୋବିନ୍ଦତଲା ଅଞ୍ଚଳରେ ଏକ ଘାସ ବୁଦାରେ ଲାଗିଥିଲେ। ବହୁ ଖୋଜାଖୋଜି ପରେ ଆଜି ଅଗ୍ନିଶମ କର୍ମଚାରୀ ମାନେ ସତର୍କତାର ସହ ଯୁବକଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ବ୍ୟକ୍ତି ଜଣକ ସୁନାପାଲି ଅଞ୍ଚଳର ସନ୍ତୋଷ ତାଣ୍ଡି। ତେବେ କାହିଁକି ସନ୍ତୋଷ ଭରା ନଦୀକୁ ଡେଇଁଥିଲେ , ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ଉଦ୍ଧାର ପରେ ତାଙ୍କୁ ସମ୍ବଲପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Popular Categories



