www.samajalive.in
Friday, December 12, 2025
14.1 C
Bhubaneswar

କଲାମଦ୍ୱୀପରୁ ପୃଥ୍ୱୀ ଏୟାର ଡିଫେନ୍ସ (ପ୍ୟାଡ) ମିସାଇଲର ସଫଳ ପରୀକ୍ଷଣ

ଧାମରା : ଧାମରାସ୍ଥିତ କଲାମଦ୍ୱୀପରୁ ମଙ୍ଗଳବାର ପୂର୍ବାହ୍ନ ୧୧.୦୬ ମିନିଟରେ ପୃଥ୍ୱୀ ଏୟାର ଡିଫେନ୍ସ ମିସାଇଲର ସଫଳ ପରୀକ୍ଷଣ ହୋଇଯାଇଛି। ଆକାଶ ମାର୍ଗରେ ପ୍ରତିରକ୍ଷା କ୍ଷେତ୍ରରେ  ପୃଥ୍ୱୀ ଏୟାର ଡିଫେନ୍ସ ମିସାଇଲ ଉନ୍ନତ ସଂସ୍କରଣ ଅଟେ।  ଆକାଶ ମାର୍ଗରେ ଏକ ପଏଣ୍ଟ ସ୍ଥିରୀକୃତ ହେବା ପରେ ଧାମରାରେ ଥିବା କଲାମ ଘାଟିର ୪ ନଂ ଲଞ୍ଚ ପ୍ୟାଡରୁ ଏହି ନିର୍ଧାରିତ ପଏଣ୍ଟକୁ ଲକ୍ଷ୍ୟ କରି  ପୃଥ୍ୱୀ ଏୟାର ଡିଫେନ୍ସ ମିସାଇଲକୁ ଛଡା ଯାଇଥିଲା। ଏହି  ମିସାଇଲ ନିର୍ଧାରିତ ସମୟରେ ଲକ୍ଷ୍ୟଭେଦ କରିଥିଲା ବୋଲି ପ୍ରତିରକ୍ଷା ବିଭାଗ ନିକଟରୁ ସୂଚନା ମିଳିଛି। ଆଜିର ଏହି ପରୀକ୍ଷଣକୁ ପାରାଦ୍ୱୀପ ଏବଂ କୋଣାର୍କରେ ଅବସ୍ଥାପିତ ରାଡାରରେ ଲକ୍ଷ୍ୟ କରାଯାଇଥିଲା । ଏହି ପୃଥ୍ୱୀ ଏୟାର ଡିଫେନ୍ସ ମିସାଇଲର ଓଜନ ୪୪୦୦ କେଜି ହୋଇଥିବା ବେଳେ ଏହାର ଲମ୍ବ ୯ମିଟର, ଓସାର ୧୧୦ ସେ.ମି ଅଟେ। ଏହାର ନିର୍ଧାରିତ ଗତି ଘଣ୍ଟାକୁ ୩୪୨୨ମାଇଲ ଥିବାବେଳେ ଏହା ୧୫୦କ.ମି ଦୂରତା ଅତିକ୍ରମ କରିପାରିିବ। ଏହି ମିସାଇଲ ଏକ ପର୍ଯ୍ୟାୟ ବିଶିଷ୍ଟ କଠିନ ଇନ୍ଧନ ଦ୍ୱାରା ପରିଚାଳିତ ଏହି ମିସାଇଲ୍‌ ଭାରତୀୟ ଜ୍ଞାନକୌଶଳରେ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ଅଧୀନରେ ପରିଚାଳିତ ଭାରତ ଡାଇନାମିକ୍ସ ଲିମିଟେଡ ଦ୍ୱାରା  ନିର୍ମିତ। ଏହି ମିସାଇଲ ଆନ୍ତଃମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ହୋଇଥିବାରୁ ଏହା ଅନ୍ୟ ଶତ୍ରୁ ରାଜ୍ୟରୁ ଆସୁଥିବା ସମସ୍ତ କ୍ଷେପଣାସ୍ତ୍ର ଗୁଡିକୁ ଖୁବ ସହଜରେ ମୁକାବିଲା କରିବା ସହ ଧ୍ବଂସ କରିପାରିବ ବୋଲି ବିଭାଗୀୟ ଅଧିକାରୀଙ୍କ ଠାରୁ ପ୍ରକାଶ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories