www.samajalive.in
Thursday, December 11, 2025
18.1 C
Bhubaneswar

ଖୁବଶୀଘ୍ର ନିର୍ମାଣ ହେବ ମାଧୁରୀ-ଅମିରଙ୍କ ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗ

ମୁମ୍ବଇ : ୧୯୯୦ରେ ମୁକ୍ତିଲାଭ କରିଥିବା ଅମିର ଖାନ-ମାଧୁରୀ ଦୀକ୍ଷିତଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ‘ଦିଲ୍‍’ର ଦ୍ୱିତୀୟ ଭାଗ ନିର୍ମାଣ ହେବାକୁ ଯାଉଛି। ଏନେଇ ସୂଚନା ଦେଇଛନ୍ତି ନିଜେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଇନ୍ଦ୍ର କୁମାର। ଦ୍ୱିତୀୟ ଭାଗର ନାମ ମଧ୍ୟ ‘ଦିଲ୍‍’ ହିଁ ରଖାଯିବ ବୋଲି ଶୁଣିବାକୁ ମିଳିଛି।

ନିର୍ଦ୍ଦେଶକ ଇନ୍ଦ୍ର ଚଳଚ୍ଚିତ୍ର ‘ଟୋଟାଲ ଧମାଲ’ର ପ୍ରମୋଶନ ସମୟରେ ଏ ବିଷୟରେ ସ୍ପଷ୍ଟ କରିଛନ୍ତି ଯେ, ଖୁବଶୀଘ୍ର ଆମେ ସୁପରହିଟ୍‍ ଚଳଚ୍ଚିତ୍ର ‘ଦିଲ୍‍’ର ସିକ୍ୱେଲ ନିର୍ମାଣ କରିବୁ। ତାଙ୍କ କହିବା ଅନୁସାରେ, ଦୀର୍ଘଦିନ ଧରି ଆମେ ଚଳଚ୍ଚିତ୍ରର ସିକ୍ୱେଲ ନିର୍ମାଣର ଯୋଜନା କରୁଛୁ। ହେଲେ ଗୋଟିଏ ଭଲ ସ୍କ୍ରିପ୍ଟର ଅପେକ୍ଷାରେ ଥିଲୁ। ଏବେ ସ୍କ୍ରିପ୍ଟ ମିଳିଯାଇଛି। ଚଳଚ୍ଚିତ୍ରକୁ ନେଇ ବାକି ପ୍ରସ୍ତୁତି ମଧ୍ୟ ଖୁବଶୀଘ୍ର ଆରମ୍ଭ ହୋଇଯିବ। ତେବେ ସିକ୍ୱେଲର ଘୋଷଣା ପରେ ଏବେ ଏଥିରେ ମୁଖ୍ୟ ଭୂମିକାରେ କିଏ ଅଭିନୟ କରିବେ ଏନେଇ ଚର୍ଚ୍ଚା ଜୋର ଧରିଛି। ହେଲେ ଏନେଇ ନିର୍ଦ୍ଦେଶକଙ୍କ ଠାରୁ କୌଣସି ସୂଚନା ମିଳିପାରି ନାହିଁ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories