www.samajalive.in
Friday, December 12, 2025
15.1 C
Bhubaneswar

ଦୁର୍ଘଟଣାରେ ଟ୍ରକ୍‍ ଡ୍ରାଇଭର ମୃତ, ହେଲପର ଗୁରୁତର

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ମଙ୍ଗଳପୁର ସରଘାଇଲୋ ଗ୍ରାମ୍ୟ ଛକ ନିକଟରେ ଏକ ରେଡିମିକ୍ସ ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଟ୍ରକ୍ର ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ଏହାସହ ହେଲପର ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ମୃତକ ହେଉଛନ୍ତି ନୟାଗଡ ଜିଲା ଶରଣକୁଳ ଥାନା ଅନ୍ତର୍ଗତ ଭାଲିଆଡିହି ନିକଟ ତୋଡିବାରୀ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବରାଡ (୪୨)। ପିପିଲି ବାଇପାସ ରାସ୍ତାରେ ଥିବା କଳିଙ୍ଗ ରେଡିମିକ୍ସ କଂପାନୀରେ ସେ ଟ୍ରକ୍‍ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ହେଲପର ପ୍ରଦୀପ ମହନ୍ତ (୨୧) ଙ୍କର ଦୁଇଟି ଗୋଡ ଓ ବାମହାତ ଭାଙ୍ଗି ଯାଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ପିପିଲି ହସ୍‍ପିଟାଲ ଓ ପରେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସପିଟାଲ୍‍ରେ ଭର୍ତ୍ତି କରାଯାଇଛି । ପ୍ରଦୀପଙ୍କ ଘର କେନ୍ଦୁଝର ଜିଲା ଗୁଆଲିଚଟୁଆ ଗ୍ରାମରେ ହୋଇଥିବା ଜଣାପଡିଛି । ଖବର ପାଇ ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିଥିବା ବେଳେ ପିପିଲି ହସପିଟାଲ୍‍ରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇ ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ଏକ ରେଡିମିକ୍ସ ଟ୍ରକ ପୁରୀରୁ ପିପିଲି ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ମଙ୍ଗଳପୁର ପେଟ୍ରୋଲ ଟାଙ୍କି ନିକଟରେ ଥିବା କଲଭର୍ଟ ଠାରେ ନିୟନ୍ତ୍ରଣ ହରାଇବା କାରଣରୁ ଟ୍ରକଟି ରାସ୍ତା କଡକୁ ଖସିଯାଇ କଲଭର୍ଟ ତଳେ ଥିବା କଂକ୍ରିଟ୍‍ ୱାଲ୍‍ ସହ ଧକ୍କା ଲାଗିଥିଲା । ଫଳରେ ଟ୍ରକର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଯାଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories