କଳାପଥର(ବାଙ୍କୀ): କଳାପଥରରେ ବାଙ୍କୀ ବିଜେଡି ତରଫରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ପ୍ରଭାତ କୁମାର ତ୍ରିପାଠୀଙ୍କ ଉପସ୍ଥିତିରେ କଂଗ୍ରେସ ଦଳ ତ୍ୟାଗ କରି ଦିଲ୍ଲୀପ ମାନସିଂହ, ଆନନ୍ଦ ଘଡେଇ, କାଶିନାଥ କୁଣ୍ଟିଆ, ଗୟାଦର ଦଳେଇ, ଫକୀର ସାହୁ, ସୁରେଶ ବେହେରା, ନାରାୟଣ ସାହୁ, ବିରଞ୍ଚି ଘଡେଇ, ଅମୀତ୍ ପ୍ରଧାନ, ବ୍ରଜବନ୍ଧୁ ସାହୁ, ଗୋପୀନାଥ ରଣା, ସୁଶାନ୍ତ ବେହେରା, ଗଣେଶ ସାହୁ , ଅଜିତ୍ କୁମାର ବିଶ୍ୱାଳ ପ୍ରମୁଖ ବିଜେଡି ଦଳରେେ ଯାଗଦାନ କରିଛନ୍ତି । ପୂର୍ବତନ ବିଧାୟକ ଶ୍ରୀ ତ୍ରିପାଠୀ ସେମାନଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ଦଳକୁ ସ୍ୱାଗତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସରପଞ୍ଚଙ୍କ ପ୍ରତିନିଧି ପ୍ରଫୁଲ୍ଲ ସ୍ୱାଇଁ, ଲକ୍ଷ୍ମଣ ସୁବୁଦ୍ଧି, ଲକ୍ଷ୍ମୀଧର ସାହୁ, ଫକୀର ବେହେରା, ନକୁଳ ଘଡେଇ, ନାରାୟଣ ବିଶ୍ୱାଳ, ତ୍ରିନାଥ ବିଶ୍ୱାଳ, ଗେ।।ପୀନାଥ ବିଶ୍ୱାଳ, ଗୋପୀନାଥ ବେହେରା, ବଳଭଦ୍ର ବିଶ୍ୱାଳ, ତ୍ରିନାଥ ପରିଡା, କାଶିନାଥ ବିଶ୍ୱାଳ ପ୍ରମୁଖ ବିଜେଡି ନେତାମାନେ ଉପସ୍ଥିତ ଥିଲେ ।
Popular Categories



