www.samajalive.in
Monday, December 15, 2025
27.1 C
Bhubaneswar

ମିଶା, ଶୈଳେଶଙ୍କୁ ଜାମିନ

ନୂଆଦିଲ୍ଲୀ : ମନିଲଣ୍ଡରିଂ ମାମଲାରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ସୋମବାର ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ମିଶା ଭାରତୀ ଏବଂ ତାଙ୍କ ସ୍ୱାମୀ ଶୈଳେଶ କୁମାରଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଅନୁମତି ବିନା ଦେଶ ନ ଛାଡିବା ସର୍ତ୍ତରେ ସେମାନଙ୍କୁ ଜାମିନ ପ୍ରଦାନ କରାଯାଇଛି। ଏହି ଦମ୍ପତିଙ୍କ ବିରୋଧରେ ବେଆଇନ ଅର୍ଥ କାରବାର ନେଇ ୨୦୧୭ ଡିସେମ୍ବରରେ ଅଭିଯୋଗଫର୍ଦ ଦାଖଲ କରାଯାଇଥିଲା। କିନ୍ତୁ ସ୍ୱାମୀ ଶୈଳେଶ ଓ ତାଙ୍କର ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବିବାଦୀୟ ଅର୍ଥ କାରବାରର ତଦାରଖ କରୁଥିଲେ। ଇତିମଧ୍ୟରେ ସମ୍ପୃକ୍ତ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ମୃତ୍ୟୁ ଘଟିଛିବୋଲି ମିଶା ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ନିକଟରେ ବୟାନ ଦେଇଥିବା ଜଣାପଡିଛି। ୧୦ ଦିନ ପୂର୍ବେ ମିଶାଙ୍କର ଏକ ଫାର୍ମହାଉସ୍‌କୁ ପ୍ରବର୍ତ୍ତନ ନିର୍ଦେଶାଳୟ ସିଲ୍‌ କରିଥିଲା। ଦିଲ୍ଲୀର ପାଲାମ ଫାର୍ମ୍ସସ୍ଥିତ ଏହି ଫାର୍ମ ହାଉସ୍‌କୁ ୨୦୦୮-୦୯ରେ ୧.୨ କୋଟି ଟଙ୍କାରେ କ୍ରୟ କରାଯାଇଥିବା ବେଳେ ଏ ନେଇ ବେଆଇନ ଅର୍ଥ କାରବାର ହୋଇଥିଲା। ବେଆଇନ ଅର୍ଥ କାରବାର ଆଇନ (ପିଏମ୍‌ଏଲ୍‌ଏ) ଅଧୀନରେ ଇଡି ଫାର୍ମକୁ ସିଲ୍‌ କରିଥିବା ଜଣାପଡିଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories