www.samajalive.in
Sunday, December 14, 2025
18.1 C
Bhubaneswar

ଡାକ୍ତରଖାନାରେ ଉଲଗ୍ନ ବୁଲୁଛନ୍ତି ସନ୍ଦିଗ୍ଧ ; ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଅଶ୍ଳୀଳ ଇଙ୍ଗିତ

ନୂଆଦିଲ୍ଲୀ : ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଡାକ୍ତରୀ ଦଳ ଯାଞ୍ଚ ଚଳାଇଥିବାବେଳେ ସେମାନଙ୍କ ପ୍ରତି ଗତ ଦୁଇ ଦିନ ଧରି କିଛି ଲୋକ ଅଶାଳୀନ ମନ୍ତବ୍ୟ ଦେବା ସହ ଆକ୍ରମଣ କରିବା ଓ ସେମାନଙ୍କ ଉପରକୁ ଛେପ ପକାଇଥିବାର ଅଭିଯୋଗ ହୋଇଛି। ସେହିଭଳି ଗାଜିଆବାଦ ହସ୍ପିଟାଲରେ ଥିବା ନିଜାମୁଦ୍ଦିନ ଅଞ୍ଚଳର କିଛି ସନ୍ଦିଗ୍ଧ ସ୍ବାସ୍ଥ୍ୟକର୍ମୀଙ୍କୁ ଅଶାଳୀନ ଇଙ୍ଗିତ କରିବା ସହ ଦୁର୍ବ୍ୟବହାର କରୁଥିବା ଓ ହସ୍ପିଟାଲରେ ସର୍ବସମ୍ମୁଖରେ ଉଲଗ୍ନ ହୋଇ ବୁଲୁଥିବାବେଳେ ଅଭଦ୍ର ଗୀତ ଗାଉଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ହସ୍ପିଟାଲ ମୁଖ୍ୟ (ସିଏମ୍‌ଓ) ସରକାରଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି।
ଗୁରୁବାର ଇନ୍ଦୋରରେ ଡାକ୍ତରୀ ଦଳ ଉପରକୁ ସ୍ଥାନୀୟ ଲୋ​‌କେ ଢ଼େଲାପଥର ମାଡ଼ କରିବା ସହ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ହାଇଦରାବାଦର ଗାନ୍ଧୀ ହସ୍ପିଟାଲରେ କିଛି ଲୋକ ଡାକ୍ତରଙ୍କୁ ଆକ୍ରମଣ ହେବା ପରେ ଡାକ୍ତରମାନେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କଠାରୁ ସୁରକ୍ଷା ଲୋଡ଼ିଛନ୍ତି। ବେଙ୍ଗାଲୁରୁରେ ବୁଧବାର ସ୍ବାସ୍ଥ୍ୟସେବାରେ ନିୟୋଜିତ ଆଶା କର୍ମୀଙ୍କ ପ୍ରତି ଦୁର୍ବ୍ୟବହାର କରାଯାଇଥିଲା । ପୁଲିସ ହସ୍ତକ୍ଷେପ ଯୋଗୁଁ ସେମାନେ ଆକ୍ରମଣରୁ ବର୍ତ୍ତିଥିଲେ। ଏଭଳି ଘଟଣାର ପ୍ରତିବାଦରେ ଅନେକ ସ୍ଥାନରେ ସ୍ବାସ୍ଥ୍ୟକର୍ମୀମାନେ ଇସ୍ତଫା ଧମକ ଦେଇଥିବା ଖବର ମିଳିଥିଲା। ଏହି ପରିପ୍ରେକ୍ଷୀରେ କେଜରିୱାଲ ସ୍ବାସ୍ଥ୍ୟସେବାରେ ନିୟୋଜିତ ସମସ୍ତଙ୍କୁ ସୁରକ୍ଷା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ଗୁରୁବାର ନିବେଦନ କରିଛନ୍ତି।
କରୋନା ଆକ୍ରାନ୍ତଙ୍କ ଜୀବନରକ୍ଷା ପାଇଁ ନିଜ ଜୀବନକୁ ପାଣିଛଡ଼ାଇଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଧାନମନ୍ତ୍ରୀ ‘ଈଶ୍ବରଙ୍କ ଅବତାର’ ବୋଲି ଅଭିହିତ କରୁଥିବାବେଳେ ଦେଶର ବିଭିନ୍ନ ସ୍ଥାନରେ ସେମାନଙ୍କ ଉପରେ ଆକ୍ରମଣ ଓ ଦୁର୍ବ୍ୟବହାର ବଢ଼ିଚାଲିଛି। ରାଜଧାନୀ ଦିଲ୍ଲୀଠାରୁ ଆରମ୍ଭକରି ମଧ୍ୟପ୍ରଦେଶର ଇନ୍ଦୋର ଓ ହାଇଦରାବାଦ ପର୍ଯ୍ୟନ୍ତ ଏହି ତାଲିକା ଲମ୍ବିବା ପରେ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଦେଶର ଯବାନଙ୍କ ସହ ତୁଳନା କରିବା ସହ ସେମାନଙ୍କୁ ସହଯୋଗ କରିବାକୁ ନିବେଦନ କରିଥିଲେ। ଦିଲ୍ଲୀ ଏମ୍ସ ଡାକ୍ତରଙ୍କ ନିବେଦନ ଓ ପ୍ରଧାନମନ୍ତ୍ରୀଙ୍କ ତାଗିଦାର କିଛି ପ୍ରଭାବ ଏହି ଅସାମାଜିକଙ୍କ ଉପରେ ପଡ଼ି ନ ଥିବା ଲକ୍ଷ୍ୟ କରାଯାଉଛି।

ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ମାଡ଼ ; ୪ ଗିରଫ
ଇନ୍ଦୋର : ସନ୍ଦିଗ୍ଧ କରୋନା ସଂକ୍ରମିତଙ୍କୁ ଠାବ କରିବାକୁ ଯାଇଥିବା ସ୍ୱାସ୍ଥ୍ୟ ଅଧିକାରୀ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କୁ ସ୍ଥାନୀୟ ଲୋକେ ମାଡ ମାରିଛନ୍ତି। ମଧ୍ୟପ୍ରଦେଶ ତପତି ବଖାଲ ଅଞ୍ଚଳରେ ବୁଧବାର ଏପରି ଘଟଣା ଘଟିଛି। ଉକ୍ତ ଅଞ୍ଚଳରୁ କିଛି କିଛି କରୋନା ପିଜିଟିଭ ରୋଗୀ ଚିହ୍ନଟ ପରେ ସ୍ୱାସ୍ଥ୍ୟ ଅଧିକାରୀ ଓ ପ୍ରଶାସନ ସନ୍ଦିଗ୍ଧଙ୍କୁ ଠାବ (କଣ୍ଟାକ୍ଟ ଟ୍ରେସିଂ) ଲାଗି ଯାଇଥିଲେ। ଗାଁର କିଛି ଲୋକ ସେମାନଙ୍କୁ ବିରୋଧ କରିବା ସହିତ ମାଡ ମାରିଥିଲେ। କର୍ମଚାରୀମାନେ କୌଣସି ପ୍ରକାରେ ଜୀବନ ବଞ୍ଚାଇ ସେଠାରୁ ଗାଡିଯୋଗେ ପଳାଇ ଆସିଥିଲେ। ପରେ ପୁଲିସ କର୍ମଚାରୀ ଘଟଣାସ୍ଥଳକୁ ଯାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ମାଡ ମାରିବା ଅଭିଯୋଗରେ ଗାଁର ୪ଜଣଙ୍କୁ ଗୁରୁବାର ଗିରଫ କରାଯାଇଛି ବୋଲି ଇନ୍ଦୋର ଡିଆଇଜି କହିଛନ୍ତି। ଏହି ଘଟଣାରେ ଜଣେ ମହିଳା ଡାକ୍ତର ଆହତ ହୋଇଥିବା ଇନ୍ଦୋର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories