ଚଳନ୍ତା ବସରେ ଅସଦାଚରଣ ଶିକାର ହେଲେ ଯୁବତୀ, ହେଲେ ଚୁପ୍ ରହିଲେନି….

0

ଭୁବନେଶ୍ୱର: ପୁଣି ଚଳନ୍ତା ବସରେ ଜଣେ ଯୁବତୀ ଅସଦାଚରଣ ଶିକାର ହୋଇଥିବା ଜଣାପଡିଛି । କିନ୍ତୁ ଏଥର ଯୁବତୀ ଜଣଙ୍କ ଚୁପ ନ ରହି ଯୁବକଙ୍କୁ ଉଚିତ୍ ଜବାବ ଦେଇଛନ୍ତି । ଯାହାର ଏକ ଭିଡିଓ ଭାଇରାଲ ହୋଇଛି । ଅସଦାଚରଣର ଶିକାର ହୋଇଥିବା ଯୁବତୀ ଜଣେ ଯୁବକଙ୍କୁ ଚପଲରେ ପିଟୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହି ଘଟଣାଟି ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ଏକ ସିଟି ବସରେ ଯୁବତୀ ଜଣକ ଯାଉଥିବା ବେଳେ ଜଣେ ଯୁବକ ତାଙ୍କୁ ଅସଦାଚାରଣ କରିଥିଲେ । ଏଥିରେ ଯୁବତୀ ଜଣଙ୍କ ବିରକ୍ତି ପ୍ରକାଶ କରିବା ସହ ସିଟିରୁ ଉଠିଯାଇ ପାଟି କରିଥିଲେ ଏବଂ ବସ୍‌ରୁ ବାହାରି ଯିବା ପାଇଁ ଉକ୍ତ ଯୁବକଙ୍କୁ କହିଥିଲେ । ସମ୍ପୃକ୍ତ ଯୁବକ ଜଣଙ୍କ ନଯିବାରୁ ଯୁବତୀ ଜଣକ ତାଙ୍କୁ ଚପଲରେ ମାରିଥିଲେ । ଯାହାର ଭିଡିଓ ଭାଇରାଲ ହୋଇଛି।

ଦେଖନ୍ତୁ ଭିଡିଓ

Leave A Reply