www.samajalive.in
Saturday, December 6, 2025
14.1 C
Bhubaneswar

ଏହି ସ୍ଥାନରେ ଦର୍ପଣ ; ଦୂର କରେ ଅର୍ଥ ଅଭାବ

ବାସ୍ତୁ ଶାସ୍ତ୍ରରେ ଜୀବନରେ ଥିବା ଅନେକ ସମସ୍ୟାର ସମାଧାନ ରହିଛି। ତାହା କର୍ମକ୍ଷେତ୍ର ହେଉ ଚାକିରି, ପାରିବାରିକ ସମସ୍ୟା କିମ୍ବା ଆର୍ଥିକ ସମସ୍ୟା ହେଉ। ଏଭଳି ଅନେକ ସମସ୍ୟାର ସମାଧାନ ବାସ୍ତୁରେ ବର୍ଣ୍ଣନା କରାଯାଇଛି। ଜାଣନ୍ତୁ ଦର୍ପଣ ଆର୍ଥିକ ସମସ୍ୟା ଦୂର କରିବାରେ କିଭଳି ସହାୟକ ହୋଇଥାଏ…
ବାସ୍ତୁ ଅନୁଯାୟୀ, ଟଙ୍କାପଇସା ଜନିତ ସମସ୍ୟା ଲାଗି ରହୁଥିଲେ,ଘରର ଡାଇନିଙ୍ଗ ଟେବୁଲ ନିକଟରେ ଦର୍ପଣ ଲଗାନ୍ତୁ। ମାତ୍ର ଏପରି ଲଗାନ୍ତୁ ଯେପରି ଡାଇନିଙ୍ଗ ଟେବୁଲ ସମ୍ପୂର୍ଣ୍ଣ ଭାବେ ଦର୍ପଣରେ ଦେଖାଯାଉନଥିବ। ଏହାଦ୍ୱାରା ଧନ ଅଭାବ ଦୂର ହୋଇଥାଏ।
ଶୟନ କକ୍ଷର କବାଟର ସମ୍ମୁଖରେ ଦର୍ପଣ ଲଗାନ୍ତୁ। ଏହାଦ୍ୱାରା ପରିବାରରେ ଥିବା ଆର୍ଥିକ ସମସ୍ୟା ଦୂର ହୋଇଥାଏ।
ମାତ୍ର ଦର୍ପଣକୁ ସର୍ବଦା ସଠିକ ସ୍ଥାନରେ ଲଗାଇବା ଦ୍ୱାରା ହିଁ ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ। ବାସ୍ତୁ ଅନୁଯାୟୀ, ଘରର ମୁଖ୍ୟ କବାଟ ସମ୍ମୁଖରେ ଦର୍ପଣ ଲଗାନ୍ତୁ ନାହିଁ। ଏହାଦ୍ୱାରା ଘରର ପରିବାର ସଦସ୍ୟଙ୍କ ଜାତକରେ ବିଭିନ୍ନ ସମସ୍ୟା ହୋଇଥାଏ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ,ଧନ ଜନିତ ସମସ୍ୟା ଦୂର ପାଇଁ ଘରର ଉତ୍ତର ଓ ପୂର୍ବ କାନ୍ଥରେ ଦର୍ପଣ ଲଗାନ୍ତୁ। ମାନ୍ୟତାନୁଯାୟୀ,ଏହି ଦିଗରେ ଦର୍ପଣ ଲଗାଇବା ଦ୍ୱାରା ଧନ ଅଭାବ ଦୂର ହୋଇଥାଏ। ହଠାତ ଧନ ମଧ୍ୟ ପ୍ରାପ୍ତି ହୋଇଥାଏ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories