ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିୱାନ୍ ହାଉସିଂ ଫାଇନାନ୍ସ ଲିମିଟେଡ୍ ପରିସର ମଧ୍ୟରେ ଖାନ୍ତଲାସି କରିଛି। ଦୁବାଇରେ ଡି କମ୍ପାନୀ ପାଖରେ ପହଞ୍ଚିଥିବା ଏକ ଋଣ ମାମଲାରେ ଏଇ ଖାନତଲାସି କରାଯାଇଛି। ମୁମ୍ବାଇ ଓ ଅନ୍ୟ କିଛି ଅଞ୍ଚଳରେ ଖାନତଲାସି କରାଯାଇଥିବାର ଜଣାପଡ଼ିଛି। ଦାଉଦ୍ ଇବ୍ରାହିମ୍ର ସହଯୋଗୀ ଇକ୍ବାଲ ମିର୍ଚି ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଦିୱାନ୍ ହାଉସିଂ ଫାଇନାନ୍ସ ଲିମିଟେଡ୍ର ୪ଟି ପରିସରରେ ଏଇ ଖାନତଲାସି କରାଯାଇଛି।
ଦିୱାନ୍ ହାଉସିଂ ଫାଇନାନ୍ସ ଲିମିଟେଡ୍ ଦ୍ୱାରା ସନ୍ଲିଙ୍କ୍ ରିୟଲ୍ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ୍କୁ ୨ହଜାର ୧୮୬ କୋଟି ଟଙ୍କାର ଋଣ ଦିଆଯାଇଥିବା ବିଷୟ ତଦନ୍ତରୁ ଜଣାପଡ଼ିବା ପରେ ଏହି ଅଣବ୍ୟାଙ୍କିଙ୍ଗ ଆର୍ଥିକ ସଂଗଠନ ଇଡିର ସନ୍ଦେହର ପରିସରକୁ ଆସିଥିଲା। ସେହି ଅର୍ଥ ଦୁବାଇରେ ଡି କମ୍ପାନୀ ପାଖରେ ପହଞ୍ଚିଥିଲା।



