ସମାଜ ବ୍ୟୁରୋ : ବରଗଡ ପୀଡିତାଙ୍କ ମୃତ୍ୟୁ ଘଟଣାରେ ବଡ଼ ଖୁଲାସା । ଆଇଜି ହିମାଂଶୁ ଲାଲ୍, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପରିବାର ଲୋକଙ୍କ ବୟାନ୍ ରେକର୍ଡ । ପାରିବାରିକ କଳହରୁ ଏହା ଘଟିଛି କହିଲେ ହିମାଂଶୁ ଲାଲ୍ । ପୀଡିତାଙ୍କ ମାମୁଁ ଝିଅ ପୁଲିସର ପଚରାଉଚରା ସମୟରେ ଚେତା ହରାଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ବରଗଡ ଜିଲା ଗାଇସିଲେଟ ଥାନା ଫିରଙ୍ଗିମାଲ ଗାଁରେ ଏହି ଅଘଟଣ ଘଟିଥିଲା। ପୁଣି ଜଣେ ନାବାଳିକା ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ। ଫୁଟବଲ ପଡିଆରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଠାବ କରାଯାଇ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ପଠାଯାଇଥିଲା। ନାବାଳିକା ଜଣକ ବୁର୍ଲା ମେଡିକାଲରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଚିକିତ୍ସିତ ହେବା ସମୟରେ ଜୀବନ ହାରିଥିଲେ ।



